ବିବାହ ପରେ ହନିମୁନ ଗଲେ ଆପଣଙ୍କ ପ୍ରିୟ ଅଭିନେତ୍ରୀ ଲିପ୍ସା ମିଶ୍ର

ଜୀବନସାଥୀଙ୍କ ସହ ସିଙ୍ଗାପୁର ଯାଇଛନ୍ତି ଲିପ୍ସା ମିଶ୍ର

ପ୍ରତିଷ୍ଠିତ ବ୍ୟବସାୟୀ ଆକାଶ ମିଶ୍ରଙ୍କୁ ଜୀବନ ସାଥୀ କରିଛନ୍ତି ଲିପ୍ସା।

ଅଭିନେତ୍ରୀଙ୍କ ବିବାହ ଉତ୍ସବରେ ବହୁ ଓଲିଉଡ ଅଭିନେତା, ଅଭିନେତ୍ରୀଙ୍କ ସମେତ ପ୍ରତିଷ୍ଠିତ ବ୍ୟକ୍ତି ସାମିଲ ହୋଇଥିଲେ। 

ଓଲିଉଡର ବହୁ କଳାକାର ଯୋଗ ଦେଇ ନବ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଥିଲେ। 

ବିବାହରେ ବଲିଉଡ୍ ଡିଜାଇନର ସବ୍ୟସାଚୀଙ୍କ ଲେହେଙ୍ଗାରେ ବଧୂ ରୂପରେ ବେଶ ଆକର୍ଷଣୀୟ ଦେଖାଯାଉଥିଲେ ଲିପ୍ସା।

ନିକଟରେ ଭୁବନେଶ୍ବରର ଚନ୍ଦ୍ରଶେଖରପୁରରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା

ବିବାହ ପରେ ସିଙ୍ଗାପୁର ଯିବାପାଇଁ ଯୋଜନା କରିଥିଲେ ଲିପ୍ସା।

ସିଙ୍ଗାପୁରରେ ପହଞ୍ଚିବା ପରେ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ୍ କରିଛନ୍ତି ଅଭିନେତ୍ରୀ ଲିପ୍ସା

ଏକ ହୋଟେଲରେ ସ୍ୱାମୀଙ୍କ ସହ ସେଲଫି ନେଉଛନ୍ତି ଲିପ୍ସା