ଧବଳେଶ୍ବରଙ୍କ ପୀଠରେ ପ୍ରବଳ ଭିଡ଼, ୧୦୮ କଳସ ଜଳରେ ସ୍ନାନ
ପବିତ୍ର କାର୍ତ୍ତିକ ମାସର ଶେଷ ସୋମବାର ଉପଲକ୍ଷେ ଚ଼ଳଚ଼ଞ୍ଚଳ ହୋଇଉଠିଛି ପ୍ରସିଦ୍ଧ ଶୈବ ପୀଠ ଆଠଗଡ଼ର ଆରାଧ୍ଯ ବାବା ଧବଳେଶ୍ବରଙ୍କ ପୀଠ। ରାତି ଦୁଇଟାରେ ପ୍ରଥମ ପହଡ ଖୋଲାଯାଇ ୧୦୮ କଳସ ଜଳରେ ସ୍ନାନ କରାଯାଇ ମଙ୍ଗଳ ଆଳତି ଓ ଧୂପଦୀପ ପରେ ଖେଚୁଡ଼ି ଭୋଗ ଲାଗି କରାଯିବା ପରେ ଶ୍ରୀ ଜିୟୁଙ୍କୁ ପଦ୍ମ ଫୁଲରେ ସୁସଜ୍ଜିତ କରାଯାଇଥିଲା । ଘଣ୍ଟଘଣ୍ଟି, ଧୂପଦୀପ ଓ ନୈବେଦ୍ୟରେ ପୀଠରେ ଏକ ପ୍ରକାର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।