ହୋମ୍ » sawan 2022
Sawan

Sawan 2022

ଭଗବାନ ଶିବ ଓ ମାତା ପାର୍ବତୀଙ୍କୁ ପୂଜା କରିବା ପାଇଁ ଶ୍ରାବଣ ମାସ ସର୍ବୋତ୍ତମ ବୋଲି ବିବେଚନା କରାଯାଏ। ଏହି ମାସରେ ମହାଦେବଙ୍କ ଭକ୍ତ ଶିବଲିଙ୍ଗରେ ଜଳ ଅର୍ପଣ କରନ୍ତି। ଶାସ୍ତ୍ରରେ ଶ୍ରାବଣ ସୋମବାରର ବିଶେଷ ମହତ୍ତ୍ୱ ରହିଛି। ଏହି ଭଗବାନ ଶିବ ଓ ମାତା ପାର୍ବତୀଙ୍କୁ ପୂଜା କଲେ ସମସ୍ତ ଇଚ୍ଛା ପୂରଣ ହୋଇଥାଏ ବୋଲି କୁହାଯାଏ । ଶ୍ରାବଣ ମାସରେ ସୋମବାର ଭଳି ମଙ୍ଗଳବାରର ମଧ୍ୟ ମହତ୍ତ୍ୱ ରହିଛି। ଯଦି କୌଣସି ବ୍ୟକ୍ତି ବୈବାହିକ ଜୀବନରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି କିମ୍ବା ବିବାହରେ କୌଣସି ବାଧା ଉପୁଜୁଛି ତାହେଲେ ମଙ୍ଗଳବାର ଦିନ ମଙ୍ଗଳା ଗୌରୀ ବ୍ରତ ପାଳନ କରିବା ଉଚିତ। ମଙ୍ଗଳବାର ଦିନ ମାତା ପାର୍ବତୀଙ୍କୁ ପୂଜା କରିବା ଉଚିତ୍। ଏହି ବ୍ରତ ସାଧାରଣତଃ ମହିଳାମାନେ ପାଳନ କରନ୍ତି। ଏହି ଦିନ ବିବାହିତା ମହିଳା ବ୍ରତ ପାଳନ କଲେ ଅଖଣ୍ଡ ସୌଭାଗ୍ୟବତୀ ଆଶୀର୍ବାଦ ପ୍ରାପ୍ତ କରିଥାନ୍ତି । ବ୍ରତ ପାଳନ କରୁଥିବା ମହିଳାଙ୍କ ସ୍ୱାମୀ ମଧ୍ୟ ଦୀର୍ଘାୟୁ ହୁଅନ୍ତି। ଯଦି ଜଣେ ନବ ବିବାହିତ ମହିଳା ଏହି ବ୍ରତ ପାଳନ କରନ୍ତି ତା’ହେଲେ ତାଙ୍କର ସମଗ୍ର ବୈବାହିକ ଜୀବନ ଭଲରେ କଟିଥାଏ। ଯେଉଁ ଯୁବତୀମାନେ ଭଲ ବର ପାଇବାକୁ ସକ୍ଷମ ନୁହଁନ୍ତି, ସେମାନେ ମଧ୍ୟ ମଙ୍ଗଳା ଗୌରୀ ବ୍ରତ ପାଳନ କରିବା ଉଚିତ୍ ଏବଂ ମା ପାର୍ବତୀଙ୍କୁ ପୂଜା କରିବା ଉଚିତ୍।

Sawan 2022 - All Results

 

LIVE NOW