ହୋମ୍ » panchayat polls
panchayat polls

Panchayat Polls

ଗ୍ରାମାଞ୍ଚଳ ପରିଚାଳନା ପାଇଁ ଗଠିତ ସ୍ୱାୟତ ଶାସନ ଅନୁଷ୍ଠାନଗୁଡ଼ିକ ହେଲା ଗ୍ରାମ ସ୍ତରରେ ଗ୍ରାମପଞ୍ଚାୟତ, ବ୍ଲକ ସ୍ତରରେ ପଞ୍ଚାୟତ ସମିତି ଓ ଜିଲ୍ଲା ସ୍ତରରେ ଜିଲ୍ଲା ପରିଷଦ । ଆମ ରାଜ୍ୟରେ ଥିବା ତ୍ରିସ୍ତରୀୟ ସ୍ୱାୟତ ଶାସନ ବ୍ୟବସ୍ଥାକୁ ପଞ୍ଚାୟତିରାଜ ବ୍ୟବସ୍ଥା କୁହାଯାଏ । ପଞ୍ଚାୟତ ରାଜର ପ୍ରଥମ ସ୍ତର ଗ୍ରାମ ପଞ୍ଚାୟତ ଏକ ବା ଏକାଧିକ ଗ୍ରାମକୁ ନେଇ ଗଠନ କରାଯାଇଥାଏ । ପ୍ରତି ଗ୍ରାମ ପଞ୍ଚାୟତକୁ କେତେଗୋଟି ୱାର୍ଡ ବା ଭାଗରେ ବିଭକ୍ତ କରାଯାଇଥାଏ । ଗୋଟିଏ ଗ୍ରାମ ପଞ୍ଛାୟତରେ ୧୧ରୁ ୨୫ଜଣ ପଞ୍ଚ ରହିଥାଆନ୍ତି । ଗ୍ରାମ ପଞ୍ଚାୟତର କାର୍ଯ୍ୟକାଳ ୫ବର୍ଷ । ଗ୍ରାମ ପଞ୍ଚାୟତର କାର୍ଯ୍ୟାଳୟରେ ଆୟ-ବ୍ୟୟର ହିସାବ ରଖିବା ଓ ବିଭିନ୍ନ ପ୍ରକାର ଟିକସ ଆଦାୟ କରିବା ପାଇଁ ଜଣେ ବେତନପ୍ରାପ୍ତ ସମ୍ପାଦକ (ସେକ୍ରେଟାରୀ ବା ପି ଓ) ନିଯୁକ୍ତ ହୋଇଥାଆନ୍ତି । ପ୍ରତି ୫ ବର୍ଷକୁ ଥରେ ଗ୍ରାମରେ ପଞ୍ଚାୟତ ନିର୍ବାଚନରେ ସମିତି ସଭ୍ୟ, ଜିଲ୍ଲା ପରିଷଦ, ସରପଞ୍ଚ ନିର୍ବାଚିତ ହୋଇଥାନ୍ତି। ପଞ୍ଚାୟତିରାଜର ତୃତୀୟ ସ୍ତର ଜିଲ୍ଲାପରିଷଦ ଏକାଧିକ ପଞ୍ଚାୟତ ସମିତିକୁ ନେଇ ଗଠିତ ହୋଇଥାଏ । ରାଜ୍ୟର ପ୍ରତ୍ୟେକ ଜିଲ୍ଲା ପାଇଁ ଗୋଟିଏ ଲେଖାଏଁ ଜିଲ୍ଲାପରିଷଦର ବ୍ୟବସ୍ଥା ଅଛି । ସରପଞ୍ଚ: ଗ୍ରାମ ପଞ୍ଚାୟତର ମୁଖ୍ୟଙ୍କୁ ସରପଞ୍ଚ କୁହାଯାଏ । ସେ ସିଧାସଳଖ ଭାବେ ଗ୍ରାମ ପଞ୍ଚାୟତର ସମସ୍ତ ସାବାଳକ ଭୋଟଦାତାଙ୍କଦ୍ୱାରା ନିର୍ବାଚିତ ହୋଇଥାଆନ୍ତି । ପଞ୍ଚାୟତର ଅଧିବେଶନରେ ସଭପତିତ୍ୱ କରନ୍ତି । ନାଏବ ସରପଞ୍ଚ: ସରପଞ୍ଚଙ୍କୁ ସାହାଯ୍ୟ କରିବା ପାଇଁ ପଞ୍ଚମାନଙ୍କ ମଧ୍ୟରୁ ପଞ୍ଚମାନଙ୍କଦ୍ୱାରା ନିର୍ବାଚିତ ହୋଇଥାଆନ୍ତି । ସରପଞ୍ଚଙ୍କ ଅନୁପସ୍ଥିତିରେ ପଞ୍ଚାୟତର ଅଧିବେଶନରେ ସଭପତିତ୍ୱ କରନ୍ତି । ପଞ୍ଚାୟତିରାଜର ଦ୍ୱିତୀୟ ସ୍ତର ପଞ୍ଚାୟତ ସମିତି ଏକାଧିକ ଗ୍ରାମପଞ୍ଚାୟତକୁ ନେଇ ଗଠିତ ହୋଇଥାଏ । ଜିଲ୍ଲାର ପ୍ରତ୍ୟେକ ଉନ୍ନୟନ ବ୍ଲକ ପାଇଁ ଗୋଟିଏ ଲେଖାଏଁ ପଞ୍ଚାୟତ ସମିତିର ବ୍ୟବସ୍ଥା ଅଛି । ଏହି ତଥ୍ଯ ଉଇକିପିଡ଼ିଆ ସଂଗୃହୀତ ।

 

Panchayat Polls - All Results

 

LIVE NOW