Odia News » Tag » Deogarh
Deogarh

Deogarh ସମ୍ବାଦ

    ଦେବଗଡ଼ ବା ଦେଓଗଡ଼ ଭାରତର ଓଡ଼ିଶାରେ ଥିବା ଦେବଗଡ଼ ଜିଲ୍ଲାର ମୁଖ୍ୟ ସଦର ମହକୁମା ଓ ଏକ ମୁଖ୍ୟ ସହର ।ବର୍ତ୍ତମାନ ଜିଲ୍ଲାର ଜିଲ୍ଲାପାଳ ହେଉଛନ୍ତି ସୁଧାଂଶୁ ମୋହନ ସାମଲ। ଜାନୁଆରୀ ପହିଲା ୧୯୯୪ ଦିନ ଏହା ସମ୍ବଲପୁର ଜିଲ୍ଲାରୁ ଅଲଗା ହୋଇ ଏହା ଏକ ନୂଆ ଜିଲ୍ଲାର ପରିଚୟ ପାଇଲା। ପ୍ରଧାନପାଟ ଯାହାକି ଦେଓଗଡ଼ ସହରର ଉତ୍ତରରେ ଏକ କିଲୋମିଟର ଦୁରରେ ଅବସ୍ଥିତ ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳି । ଏଠାରେ ଏକ ଜଳପ୍ରପାତ ଅଛି। ଜଳପ୍ରପାତ ଉପରେ ସାତୋଟି ଜଳକୁଣ୍ଡ ଅଛି, ଯାହାକୁ ଆପଣ ଉପରକୁ ଯାଇ ଦେଖିପାରିବେ । ଶୀତ ଦିନରେ ବହୁତ ଲୋକଏଠାକୁ ଭୋଜି କରିବା ପାଇଁ ଆସନ୍ତି । ଦେଓଗଡର ପୁରୁଣାଗଡ଼ଠାରେ ଗୋଟିଏ ବରଗଛ ଅଛି ଯାହାର ପତ୍ରଗୁଡ଼ାକ ଅନ୍ୟଗଛ ପରି ସମାନ ନୁହଁ, ଏହାର ପତ୍ରଗୁଡିକ ପୁରା ଓଲଟା । ୨୦୧୧ ଜନଗଣନା ଅନୁସାରେ, ଦେବଗଡ଼ ଜିଲ୍ଲାର ମୋଟ ଲୋକସଂଖ୍ୟା ୩,୧୨,୧୬୪। ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୨,୮୯,୮୧୪ ଓ ସହରାଞ୍ଚଳରେ ୨୨,୩୫୦ ଲୋକ ବାସ କରନ୍ତି। ଏଠାରେ ପୁରୁଷ ୧,୫୮,୦୧୭ ଓ ୧,୫୪,୧୪୭ ମହିଳା ବାସ କରନ୍ତି। ଛ ବର୍ଷରୁ କମ ଶିଶୁ ସଂଖ୍ୟା ୩୮,୬୨୧। ଜିଲ୍ଲାରେ ପଢ଼ୁଆ ହାର ୭୩.୦୭%। ସେଥିମଧ୍ୟରୁ ୮୨.୬୨% ପୁରୁଷ ଓ ୬୩.୩୬% ମହିଳା ଶିକ୍ଷିତ ଅଟନ୍ତି। ଦେବଗଡ଼ର ସଦର ମହକୁମା ହେଉଛି ଦେବଗଡ଼। ମୋଟ ୬୦ ଗ୍ରାମ ପଞ୍ଚାୟତ ରହିଛି। ତନ୍ମଧ୍ୟରୁ ବାରକୋଟ ବ୍ଳକ ଅଧିନରେ ୨୨ଟି, ରିଆମାଳ ବ୍ଳକ ଅଧିନରେ ୨୨ଟି ଓ ତିଳେଇବଣି ବ୍ଳକ ଅଧିନରେ ୧୬ଟି ରହିଛି। ଜିଲ୍ଲାରେ ମୋଟ ୬ଟି କଲେଜ ରହିଛି। ଗୋଟିଏ ମୁଖ୍ୟ ଚିକିତ୍ସାଳୟ ଲୋକମାନଙ୍କୁ ସେବା ଯୋଗାଉଛି। ଏହି ତଥ୍ଯ ଉଇକିପିଡ଼ିଆ ସଂଗୃହୀତ ।