ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ଓ ବିଜୁ ଜନତା ଦଳର ମୁଖ୍ୟ । ସେ କ୍ରମାଗତ ଭାବେ ପଞ୍ଚମ ଥର ନିର୍ବାଚିତ ହୋଇ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ଭାବେ କାର୍ଯ୍ୟଭାର ତୁଲାଉଛନ୍ତି । କଲେଜ ଜୀବନରେ ନବୀନ ରାଜନୀତିଠୁ ଦୂରରେ ଥିଲେ। ବିଜୁ ପଟ୍ଟନାୟକଙ୍କ ତିରୋଧାନ ପରେ ସେ ଓଡ଼ିଶା ରାଜନୀତିରେ ଯୋଗ ଦେଇଥିଲେ। ଏହାର ବର୍ଷକ ଭିତରେ ସେ ଜନତା ଦଳକୁ ବିଜୁବାବୁଙ୍କ ନାମରେ ବିଜୁ ଜନତା ଦଳ ଭାବରେ ତିଆରି କରିଥିଲେ । ସେ ଓଡ଼ିଶାର ଏଯାବତର ଦୀର୍ଘତମ କାର୍ଯ୍ୟ କରୁଥିବା ମୁଖ୍ୟ ମନ୍ତ୍ରୀ । ଯେକୌଣସି ଭାରତୀୟ ରାଜ୍ୟର ଦୀର୍ଘତମ ସେବା କରୁଥିବା ମୁଖ୍ୟ ମନ୍ତ୍ରୀଙ୍କ ମଧ୍ୟରୁ ସେ ଅନ୍ୟତମ । ସେ ଓଡ଼ିଶାବାସୀଙ୍କ ପାଇଁ ଅନେକ ଯୋଜନା ମଧ୍ୟ ଆରମ୍ଭ କରିଛନ୍ତି । କଳିଆ ଯୋଜନା, ବିଜୁ ସ୍ବାସ୍ଥ କଲ୍ୟାଣ ଯୋଜନା, ବିଜୁ କୃଷକ କଲ୍ୟାଣ ଯୋଜନା, ଡ୍ରିଙ୍କ୍ ଫର୍ମ ଟ୍ୟାପ୍ ୱାଟର ଯୋଜନା, ଜାଗା ମିଶନ୍, ମୁଖ୍ୟ ମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ଓଡ଼ିଶା ସୌର ଜଳ ନିଧି ଯୋଜନା, ଓଡ଼ିଶା ମତ୍ସ୍ୟ ପୋଖରୀ ଯୋଜନା, ଓଡ଼ିଶା ଗୌଉଶାଳା ଯୋଜନା, ଓଡ଼ିଶା ରକ୍ଷକ ସ୍କିମ୍, ଭଳି ଅନେକ ଯୋଜନା କରିଛନ୍ତି ମୁଖ୍ୟ ମନ୍ତ୍ରୀ । ସେ ଜଣେ ଭଲ ରାଜନେତା ହେବା ସହ ଲେଖକଙ୍କ ମଧ୍ୟ । ନବୀନଙ୍କ ଲିଖିତ ତିନୋଟି ବହି ହେଲା ୧.ଏ ସେକେଣ୍ଡ ପାରାଡାଇଜ: ଇଣ୍ଡିଆନ କଣ୍ଟ୍ରି ଲାଇଫ୍ ୧୫୯୦-୧୯୪୭ । ୨.ଏ ଡେଜର୍ଟ କିଙ୍ଗଡମ: ଦି ପିପୁଲ ଅଫ ବିକାନେର । ୩.ଗାର୍ଡେନ ଅଫ ଲାଇଫ: ଆନ ଇଣ୍ଟ୍ରୋଡ଼କସନ ଟୁ ଦି ହିଲିଙ୍ଗ ପ୍ଲାଣ୍ଟସ ଅଫ ଇଣ୍ଡିଆ। ଅନ୍ତର୍ଜାତୀୟ ହକି ମହାସଂଘ ପକ୍ଷରୁ ନବୀନଙ୍କୁ ହକି ଖେଳର ପ୍ରଚାର ଓ ପ୍ରସାର ନିମନ୍ତେ ଅବଦାନ ପାଇଁ "ଏଫ.ଆଇ.ଏଚ. ସଭାପତି ପୁରସ୍କାର" ପ୍ରଦାନ କରାଯଇଛି । ସେ ୨୦୦୦ ମସିହାରୁ ଓଡ଼ିଶା ମୁଖ୍ୟ ମନ୍ତ୍ରୀ ରୂପେ କାର୍ଯ୍ୟ କରିଆସୁଛନ୍ତି ।