ହନିମୁନ୍ରେ ଯାଇଥିବା ୟୁଜଭେନ୍ଦ୍ର ଚହଲ ବେକରେ ଅଜଗର ଟାଙ୍ଗିଲେ; ସିଂହ ସହ ମଧ୍ୟ 'ପଙ୍ଗା' ନେଲେ- PHOTOS
ହନିମୁନ୍ ପାଇଁ ଦୁବାଇ ଯାଇଥିବା ୟୁଜବେନ୍ଦ୍ର ଚହଲ ଓ ଧନଶ୍ରୀ ଭର୍ମା ଫେମ ପାର୍କରେ ମଧ୍ୟ କିଛି ସମୟ ଅତିବାହିତ କରିଛନ୍ତି । ଏହି ସମୟ ମଧ୍ୟରେ ଚାହଲ ଓ ଧନଶ୍ରୀ ନା କେବଳ ଅଜଗରକୁ ବେକରେ ଟାଙ୍ଗି ଥିଲେ ବରଂ ସେମାନେ ସିଂହ ସହିତ ଟଗ୍ ଅଫ୍ ମଧ୍ୟ କରିଥିଲେ ।

ଭାରତୀୟ କ୍ରିକେଟ୍ ଦଳର ତାରକା ସ୍ପିନର ୟୁଜବେନ୍ଦ୍ର ଚହଲ ନିକଟରେ କୋରିଓଗ୍ରାଫର ଧନଶ୍ରୀ ଭର୍ମାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଅଷ୍ଟ୍ରେଲିଆରେ ସୀମିତ ଓଭର ମ୍ୟାଚ ଖେଳି ଫେରିଥିବା ଚହଲ ଗୁରୁଗ୍ରାମର ରିସୋର୍ଟରେ ବିବାହ କରିଥିଲେ । ବିବାହ ପରେ ଚହଲ ଓ ଧନଶ୍ରୀ ହନିମୁନ୍ ପାଇଁ ଦୁବାଇ ଯାଇଛନ୍ତି । (Yuzvendra Chahal/Instagram)

ହନିମୁନ୍ ପାଇଁ ଦୁବାଇ ଯାଇଥିବା ୟୁଜବେନ୍ଦ୍ର ଚହଲ ଓ ଧନଶ୍ରୀ ଭର୍ମା ଫେମ ପାର୍କରେ ମଧ୍ୟ କିଛି ସମୟ ଅତିବାହିତ କରିଛନ୍ତି । ଏହି ସମୟ ମଧ୍ୟରେ ଚାହଲ ଓ ଧନଶ୍ରୀ ନା କେବଳ ଅଜଗରକୁ ବେକରେ ଟାଙ୍ଗି ଥିଲେ ବରଂ ସେମାନେ ସିଂହ ସହିତ ଟଗ୍ ଅଫ୍ ମଧ୍ୟ କରିଥିଲେ । (Yuzvendra Chahal/Instagram)<br />

ଦୁବାଇର ଫେମ ପାର୍କ ହେଉଛି ସେଲିବ୍ରିଟିଙ୍କ ପ୍ରିୟ ଡେଷ୍ଟିନେସନ । ଅନେକ କ୍ରିକେଟର ଆନ୍ତର୍ଜାତୀୟ କ୍ରୀଡା ବ୍ୟକ୍ତିତ୍ୱ ଓ ହଲିଉଡ-ବଲିଉଡ ସେଲିବ୍ରିଟିମାନେ ମଧ୍ୟ ଏହି ପାର୍କ ପରିଦର୍ଶନ କରିବା ଜାରି ରଖିଛନ୍ତି । (Yuzvendra Chahal/Instagram)<br />

ଦୁବାଇର ଫେମ ପାର୍କ ଏକ ପ୍ରାଇଭେଟ ପ୍ରପର୍ଟି ଅଟେ। ଯେଉଁଠାରେ ଦେଶ ତଥା ବିଦେଶର ବହୁ ବଡ ସେଲିବ୍ରିଟି ଭ୍ରମଣ କରିବାକୁ ଆସିଛନ୍ତି । ଫେମ ପାର୍କ ହେଉଛି ସବୁଠାରୁ ଲୋକପ୍ରିୟ ପଶୁ ଫାର୍ମ । ଯେଉଁଠାରେ ସମସ୍ତ ପ୍ରକାରର ପଶୁ ଅଛନ୍ତି । (Yuzvendra Chahal/Instagram)<br />

ନିକଟରେ ଭାରତୀୟ କ୍ରିକେଟର ଶ୍ରେୟାସ ଆୟର ଓ ମହେନ୍ଦ୍ର ସିଂ ଧୋନିଙ୍କ ପତ୍ନୀ ସାକ୍ସି ଓ ଝିଅ ଜୀବା ମଧ୍ୟ ଦୁବାଇର ଏହି ଖ୍ୟାତିନାମା ପାର୍କ ପରିଦର୍ଶନ କରିଥିଲେ । ସମସ୍ତେ ଏଠାରେ ଥିବା ପଶୁମାନଙ୍କ ସହିତ ସମୟ ବିତାଇଲେ ଓ ଫଟୋସୁଟ ମଧ୍ୟ କରିଥିଲେ । (Yuzvendra Chahal/Instagram)<br />