କର୍କଟ ରୋଗ ସହିତ ଲଢ଼ୁଥିବା ସଞ୍ଜୟ ଦତ୍ତଙ୍କ ପାଇଁ ଯୁବରାଜ ସିଂଙ୍କ ହୃଦୟସ୍ପର୍ଶୀ ବାର୍ତ୍ତା; କହିଲେ, 'ମୁଁ ଜାଣେ ଏହାର ଯନ୍ତ୍ରଣା'
ସଞ୍ଜୟ ଦତ୍ତ (Sanjay Dutt) ଫୁସଫୁସ କର୍କଟ ରୋଗ ସହ ଲଢ଼େଇ କରୁଛନ୍ତି । ଖବର ଅନୁଯାୟୀ ତାଙ୍କର ଏହି ରୋଗ ତୃତୀୟ ପର୍ଯ୍ୟାୟ ରେ ଅଛି। କର୍କଟ ରୋଗ ବିରୋଧରେ ଲଢ଼େଇ କରି ପରାସ୍ତ କରିଥିବା ପୂର୍ବତନ ଭାରତୀୟ କ୍ରିକେଟର ତଥା ଯୁବରାଜ ସିଂ(Yuvraj Singh) ସୋସିଆଲ ମିଡିଆ ମାଧ୍ୟମରେ ସଞ୍ଜୟ ଦତ୍ତଙ୍କୁ ଏକ ବାର୍ତ୍ତା ରେ କହିଛନ୍ତି ଯେ 'ଆପଣ ଜଣେ ଯୋଦ୍ଧା ଓ ଏହା ସର୍ବଦା ରହିବେ'।

ନୂଆ ଦିଲ୍ଲୀ: ବଲିଉଡ଼ର ଭେଟେରାନ ଅଭିନେତା ସଞ୍ଜୟ ଦତ୍ତଙ୍କର ଫୁସଫୁସ କର୍କଟ ରୋଗ ହୋଇଛି। ତାଙ୍କର କର୍କଟ ରୋଗ ତୃତୀୟ ପର୍ଯ୍ୟାୟ ରେ ଅଛି। ଏହି କାରଣରୁ ସେ କାମରୁ ବିରତି ନେଇଛନ୍ତି । ସଞ୍ଜୟ ଦତ୍ତ ସୋସିଆଲ ମିଡିଆରେ ପୋଷ୍ଟ କରି ପ୍ରଶଂସକଙ୍କୁ ଏହାର ସୂଚନା ଦେଇଥିଲେ। ଏହା ପରେ କ୍ୟାନସରକୁ ପରାସ୍ତ କରିଥିବା ପୂର୍ବତନ ଭାରତୀୟ ଅଲରାଉଣ୍ଡର ତଥା ଯୁବରାଜ ସିଂ ତାଙ୍କୁ ଏକ ବାର୍ତ୍ତା ଦେଇଛନ୍ତି । 2011 ରେ ଯୁବରାଜ ଏହି କର୍କଟ ରୋଗ ସହ ସଂଘର୍ଷ କରୁଥିଲେ ଓ ଶେଷରେ ସେ ଏହି ରୋଗକୁ ପରାସ୍ତ କରି ନିଜ କର୍ମ କ୍ଷେତ୍ରକୁ ଫେରିଥିଲେ।

ଯୁବରାଜ ସଞ୍ଜୟ ଦତ୍ତଙ୍କୁ ଏକ ବାର୍ତ୍ତା ରେ କହିଛନ୍ତି ଯେ ଆପଣ ଜଣେ ଯୋଦ୍ଧା ଓ ଏହା ସର୍ବଦା ରହିବେ। ମୁଁ ଜାଣେ ଏହା କେତେ କଷ୍ଟଦାୟକ । କିନ୍ତୁ ମୁଁ ମଧ୍ୟ ଜାଣେ ଯେ ଆପଣ ଶକ୍ତିଶାଳୀ ଓ କଠିନ ସମୟକୁ ଦୂର କରି ପାରିବେ। ଆପଣ ଶୀଘ୍ର ଭଲ ହୋଇଯାଆନ୍ତୁ ଏଥି ପାଇଁ ମୋର ପ୍ରାର୍ଥନା।

ସଞ୍ଜୟ ଦତ୍ତଙ୍କୁ ଶ୍ୱାସ ନେବାରେ ଅସୁବିଧା ହୋଇଥିଲା ଯେଉଁଥିପାଇଁ ତାଙ୍କୁ ମୁମ୍ବାଇ ଲିଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଏଠାରେ କରୋନା ପରୀକ୍ଷା ମଧ୍ୟ କରାଯାଇଥିଲା। ଯେଉଁଥିରେ ସେ ନେଗେଟିଭ୍ ଥିବାର ଜଣାପଡ଼ିଛି।

ସଞ୍ଜୟ ଦତ୍ତ ନିଜ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିବା ଯୋଗୁଁ କିଛି ଦିନ ପୂର୍ବରୁ ନିଜ କାମରୁ ବିରତି ନେଇ ଯାଇଥିଲେ ଓ ସେହି ଦିନଠାରୁ ଅନେକ କଳ୍ପନାଜଳ୍ପନା ଚାଲିଥିଲା।