
ସ୍ୱାମୀ ଓ ସ୍ତ୍ରୀଙ୍କ ସମ୍ପର୍କରେ ବିଶ୍ୱାସ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଉପାଦାନ । ଯଦି ଏହି ବିଶ୍ୱାସ ଟିକିଏ ବିଚଳିତ ହୁଏ, ତେବେ ତାକୁ ବରଦାସ୍ତ କରିବା ଅତି କଷ୍ଟକର ହୋଇଥାଏ ।

ନିଜ ସ୍ୱାମୀଙ୍କ ବିଶ୍ୱାସଘାତକତା ବିଷୟରେ ଜାଣିବା ପରେ ମହିଳା ଜଣକ ସ୍ୱାମୀଙ୍କ ହାତ ଓ ଗୋଡ଼କୁ ବାନ୍ଧି ନଦୀରେ ଫିଙ୍ଗି ଦେଇଥିଲେ ।

ଏହି ମାମଲା ଚାନରେ (China) ଘଟିଛି ଓ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କୁହାଯାଉଛି ଯେ ଯେତେବେଳେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ଅଫେୟାର୍ ବିଷୟରେ ଜାଣିଲେ, ସେ କ୍ରୋଧରେ ଲାଲ ହୋଇଯାଇଥିଲେ ।

ତା’ ପରେ ସେ ନିଜ ସ୍ୱାମୀଙ୍କ ହାତ ଓ ଗୋଡ଼ ବାନ୍ଧି ଏକ ନଦୀରେ ଫିଙ୍ଗି ଦେଇଥିଲେ । ‘ଟାଇମ୍ସ ନାଓ’ର ଏକ ରିପୋର୍ଟ ଅନୁଯାୟୀ ଏହି ଘଟଣା ଚାନର ମାଓମିଙ୍ଗ ସହରରେ ଘଟିଛି । ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ନଦୀରେ ଫିଙ୍ଗି ଦେଇଥିବା ଜଣାପଡ଼ିଛି । ପତ୍ନୀ ନିଜ ସ୍ୱାମୀଙ୍କ ଅଫେୟାର୍ ବିଷୟରେ ଜାଣିବା ପରେ ପ୍ରଥମେ ସ୍ୱାମୀଙ୍କୁ ଏକ ପିଞ୍ଜରାରେ ବନ୍ଦୀ କରି ରଖିଥିଲେ ।

ଏହି ଘଟଣାର ଏକ ଭିଡିଓ ବି ସାମ୍ନାକୁ ଆସିଛି ଯେଉଁଥିରେ ମହିଳାଙ୍କ ସ୍ୱାମୀ ଓ ତାଙ୍କ ଗର୍ଲଫ୍ରେଣ୍ଡ୍ ବିନା ପୋଷାକରେ ନଜର ଆସିଛନ୍ତି । କୁହାଯାଉଛି ଯେ ଏହି ଘଟଣାର ଏକ ଭିଡିଓ ଚୀନର ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଏହା ପୂର୍ବରୁ ବି ମହିଳା ନିଜ ସ୍ୱାମୀଙ୍କୁ ଅନ୍ୟ ଜଣେ ମହିଳାଙ୍କ ସହ ଧରିଥିଲେ। ଏହି ତାଜା ଘଟଣା ଉଜାଗର ହେବା ବେଳେ ମହିଳାଙ୍କ ସହିତ ଅନ୍ୟ କିଛି ଲୋକ ଥିଲେ । ସେମାନେ ମହିଳାଙ୍କ ସ୍ୱାମୀଙ୍କ ହାତ ଓ ଗୋଡ଼ ବାନ୍ଧି ତାଙ୍କୁ ଏକ ପିଞ୍ଜରାରେ ରଖିଥିଲେ । ଏହି ପିଞ୍ଜରାଟି ବାଉଁଶରେ ତିଆରି ହୋଇଥିଲା ।

ଏହା ପରେ ମହିଳାଙ୍କ ସ୍ୱାମୀଙ୍କୁ ସେହି ପିଞ୍ଜରା ସହିତ ଏକ ନଦୀରେ ଫିଙ୍ଗି ଦିଆଯାଇଥିଲା । ତେବେ ଉକ୍ତ ବ୍ୟକ୍ତି ଜଣଙ୍କୁ ସେଠାରେ ଥିବା କିଛି ଲୋକ ନଦୀ ଭିତରୁ ବାହାର କରି ଆଣିଥିଲେ ।