୧୦ ମାସର ଶିଶୁ ପୁତ୍ରକୁ ଧରି ଥାନାରେ କର୍ତ୍ତବ୍ୟ ପାଳନ କରୁଛନ୍ତି ମହିଳା କନଷ୍ଟେବଲ୍; ସ୍ୱାମୀ ସେନାରେ
ପିଲାଟି ଛଅ ମାସର ହୋଇଥିବା ସମୟରୁ ହିଁ ତା’ ମା’ କନଷ୍ଟେବଲ୍ ପୁନମ୍ ତାକୁ ସାଙ୍ଗରେ ନେଇ ଥାନାକୁ ଆସୁଛନ୍ତି ଓ ନିଜ କର୍ତ୍ତବ୍ୟ ପାଳନ କରିଆସୁଛନ୍ତି । ଶିଶୁଟି ଥାନାରେ ସମସ୍ତଙ୍କର ପ୍ରିୟ ହୋଇଯାଇଛି । ‘‘କର୍ତ୍ତବ୍ୟ ଓ ସେବା ପରମ ଧର୍ମ,’’ କହିଛନ୍ତି ପୁନମ୍ ।

କର୍ତ୍ତବ୍ୟ ପାଳନ ପାଇଁ ଏହି ମହିଳା କନଷ୍ଟେବଲଙ୍କ ଉତ୍ସାହ ସମସ୍ତଙ୍କୁ ଚକିତ କରିଛି । ପୁନମ୍ ନାମକ ଏହି ମହିଳା କନଷ୍ଟେବଲ୍ (Woman Constable Poonam) ପ୍ରତି ଦିନ ଖାକି ୟୁନିଫର୍ମ ପିନ୍ଧି ନିଜ ଦଶ ମାସର ଶିଶୁ ପୁତ୍ରକୁ ସାଙ୍ଗରେ ନେଇ ଥାନାକୁ ଆସୁଛନ୍ତି ଓ ନିଜ କର୍ତ୍ତବ୍ୟ ନିର୍ବାହ କରୁଛନ୍ତି । ତାଙ୍କର ଏହି କାର୍ଯ୍ୟ ଅନେକ ମହିଳାଙ୍କୁ ପ୍ରେରଣା ଦେଉଛି । (ଫଟୋ: ନ୍ୟୁଜ୍୧୮)

ଉତ୍ତର ପ୍ରଦେଶର (Uttar Pradesh) ଆଗ୍ରାରେ (Agra) ଏକ ଥାନାରେ କାର୍ଯ୍ୟ କରୁଥିବା ପୁନମ୍ ନିଜ ଶିଶୁ ପୁତ୍ର ଆୟୁଷ ଉପରେ ବାରମ୍ବାର ନଜର ରଖନ୍ତି । ବାସ୍ତବରେ ପିଲାଟି ଛଅ ମାସର ହୋଇଥିବା ସମୟରୁ ପୁନମ୍ ତାକୁ ସାଙ୍ଗରେ ନେଇ ପୋଲିସ ଲାଇନକୁ ଆସୁଥିଲେ ଓ ନିଜ କର୍ତ୍ତବ୍ୟ ପାଳନ କରୁଥିଲେ । ନିଜ କାର୍ଯ୍ୟରେ ପୁନମଙ୍କ ଉତ୍ସର୍ଗୀକୃତ ଉତ୍ସାହକୁ ଦୃଷ୍ଟିରେ ରଖି ତାଙ୍କୁ ଆଗ୍ରା ସହରର ଏକ ଥାନାରେ ପୋଷ୍ଟିଂ ଦିଆଯାଇଥିଲା (woman police constable with baby)। (ଫଟୋ: ନ୍ୟୁଜ୍୧୮)

ଥାନାକୁ ଆସୁଥିବା ଲୋକଙ୍କୁ ପୁନମ୍ ଅଭିବାଦନ ଜଣାନ୍ତି ଓ ତାଙ୍କୁ ଏକ ଚେୟାରରେ ସିବାକୁ କହି ସେ ତାଙ୍କର ପୂରା କଥା ଶୁଣନ୍ତି । ରେଜିଷ୍ଟରରେ ତାଙ୍କ ନାମ ଓ ମୋବାଇଲ୍ ଫୋନ୍ ନମ୍ବର ଆଦି ଲେଖିବା ପରେ ସେ ଅଭିଯୋଗକାରୀଙ୍କୁ ସଂପୃକ୍ତ ପୋଲିସ ଅଧିକାରୀଙ୍କ ନିକଟକୁ ପଠାନ୍ତି । ଏ ସବୁ ବେଳେ ତାଙ୍କ କୁନି ପୁଅ ଆୟୁଷ ତାଙ୍କ ସାମ୍ନାରେ ଟେବୁଲ ଉପରେ ବସି ଖେଳୁଥାଏ ବା ଗଭୀର ନିଦ୍ରାରେ ଶୋଇପଡ଼ିଥାଏ । (ଫଟୋ: ନ୍ୟୁଜ୍୧୮)

କନଷ୍ଟେବଲ୍ ପୁନମଙ୍କ କୁନି ପୁଅ ଆୟୁଷ ଥାନାର ସବୁ ପୋଲିସ୍ କର୍ମଚାରୀଙ୍କ ପ୍ରିୟ ହୋଇଯାଇଛନ୍ତି । ଥାନାକୁ ଷ୍ଟେସନକୁ ଆସୁଥିବା ଲୋକେ ବି ତାକୁ ଭଲ ପାଆନ୍ତି । (ଫଟୋ: ନ୍ୟୁଜ୍୧୮)