ମୟୁରଭଞ୍ଜର କରଞ୍ଜିଆରେ ପୁଣି ମାତିଛନ୍ତି ହାତୀପଲ । ପାଖାପାଖି ୨୨ଟି ହାତି ସଂପୂର୍ଣ୍ଣ ଉପଖଣ୍ଡରେ ଆତଙ୍କ ସୃଷ୍ଟି କରିଛନ୍ତି । ପାଲବଣି ଜଙ୍ଗଲ ନିକଟରେ ଅନେକ ଜମିରେ ପଶି ଏମାନେ ଫସଲ ନଷ୍ଟ କରିଛନ୍ତି । ଏହି ହାତୀ ପଲରେ ୨୨ ଟି ହାତୀ ଅଛନ୍ତି । ହାତୀ ଉପଦ୍ରବରେ ଅତିଷ୍ଟ ଲୋକେ ଏମାନଙ୍କୁ ଘଉଡ଼ାଇବାକଗୁ ଉଦ୍ୟମ କରୁଛନ୍ତି । ହାତୀ ପଲକୁ ଘଉଡ଼ାଇବା ପାଇଁ ବନ ବିଭାଗ ମଧ୍ୟ ଉଦ୍ୟମ ଆରମ୍ଭ କରିଛି ।