ଭାରତୀୟ କ୍ରିକେଟ୍ ଟିମର ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ୨୦୧୪ ମାସିହାରେ ରୀତିକା ସଜଦେହଙ୍କୁ ବିବାହ କରିଥିଲେ । ରୋହିତ ସେହି କ୍ରୀଡ଼ା କ୍ଲବରେ ରିତିକାଙ୍କୁ ପ୍ରପୋଜ୍ କରିଥିଲେ ଯେଉଁଠି ରୀତିକା ନିଜ କରିଅର୍ ଆରମ୍ଭ କରିଥିଲେ । ୨୧ ଡିସେମ୍ବର ୧୯୮୭ରେ ଜନ୍ମ ହୋଇଥିବା ରିତିକା ସ୍ନାତକ ଡିଗ୍ରୀ ପୂରା କରିବା ପରେ ନିଜ ଭାଇଙ୍କ କମ୍ପାନୀରେ କ୍ରୀଡ଼ା ପରିଚାଳକ ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ରିତିକା ରୋହିତଙ୍କ ସ୍ପୋର୍ଟ୍ସ ମ୍ୟାନେଜର ଥିଲେ । ରୋହିତଙ୍କୁ ବିବାହ କରିବା ପରେ ବି ରିତିକା ଚାକିରି ଛାଡ଼ି ନ ଥିଲେ । ସେ ସାରା ବିଶ୍ୱରେ ନିଜ ସ୍ୱାମୀଙ୍କ କ୍ରୀଡ଼ା ଯାତ୍ରା ପରିଚାଳନା କରିଆସୁଛନ୍ତି। ଦୁଇ ଜଣଙ୍କ ପ୍ରଥମ ସାକ୍ଷାତ ମଧ୍ୟ ଏକ ଶୁଟ୍ ସମୟରେ ହୋଇଥିଲା । ଚକୋଲେଟ୍ ଖାଇବାକୁ ଭଲ ପାଉଥିବା ରିତିକା ଜଳ କ୍ରୀଡ଼ା ସହିତ ଭ୍ରମଣ କରିବାକୁ ମଧ୍ୟ ଭଲ ପାଆନ୍ତି । ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂ ତାଙ୍କର ରାଖୀ ଭାଇ। ମ୍ୟାଚ୍ ସମୟରେ ସ୍ୱାମୀଙ୍କୁ ଉତ୍ସାହିତ କରିବା ପାଇଁ ରିତିକା ପ୍ରାୟତଃ ସବୁବେଳେ ଷ୍ଟାଡିୟମରେ ରୁହନ୍ତି । ରୋହିତ ଘରୋଇ ମ୍ୟାଚ୍ ଖେଳୁଥିଲେ ବି ରିତିକା ସେଠାରେ ଉପସ୍ଥିତ ରୁହନ୍ତି ।