କ୍ରୋଧକୁ ହ୍ରାସ କରିବାର ଗୋଟିଏ କାରଣ ମଧ୍ୟ ବିଶ୍ୱାସ କରାଯାଏ ଯେ ଯେତେବେଳେ ଆମେ ଗୋଟିଏ ଦ୍ୱାରରୁ ଅନ୍ୟ ଦ୍ୱାରକୁ ଯାଇଥାଉ ସେତେବେଳେ, ପୁରୁଣା ସ୍ମୃତି ଦୁର୍ବଳ ହେବାକୁ ଲାଗେ ଓ ଏହା କ୍ରୋଧ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଆମେ ଗୋଟିଏ କୋଠରୀ କବାଟ ଦେଇ ଅନ୍ୟ କୋଠରୀରେ ପହଞ୍ଚିବା ମାତ୍ରେ ଆମେ ପୁରୁଣା ଜିନିଷ ଭୁଲିଯାଉ। ତଥାପି, ଏହା ବହୁତ କମ୍ ସମୟ ପାଇଁ (କିଛି ସେକେଣ୍ଡ୍) ଘଟେ। କିନ୍ତୁ, କ୍ରୋଧ କମିବା ପାଇଁ ଏହି ଅଧିକ ସମୟ ଯଥେଷ୍ଟ। ମନସ୍ତତ୍ତ୍ୱବିତ୍ମନେ ଏହାକୁ ଡୋର ପ୍ରଭାବ ବା ଡୋର ଥ୍ରେସହୋଲ୍ଡ ସିଦ୍ଧାନ୍ତ ବୋଲି କହନ୍ତି।
ପ୍ରାରମ୍ଭରେ, ୨୦୦୬ ମସିହାରେ, ଗାବ୍ରିଏଲ୍ ଏ ରାଡଭେନସ୍କି ଡୋରୱେ ଇଫେକ୍ଟ ଅଧ୍ୟୟନ କରିଥିଲେ। ଯେଉଁଥିରେ ପ୍ରଥମ ପରୀକ୍ଷଣ ପ୍ରାୟ ୩୦୦ ଲୋକଙ୍କ ଉପରେ କରାଯାଇଥିଲା। ଅଧ୍ୟୟନରେ ଏହା ଜଣାପଡିଛି ଯେ ଯେତେବେଳେ ଲୋକମାନେ ଗୋଟିଏ କୋଠରୀରୁ ଅନ୍ୟ କୋଠରୀକୁ ଆସିବା ପାଇଁ ଦ୍ୱାର ପାର ହୁଅନ୍ତି, ପୂର୍ବ କୋଠରୀର ସ୍ମୃତି କିଛି ସମୟ ପାଇଁ ଅସ୍ପଷ୍ଟ ହୋଇଯାଏ। ଅଷ୍ଟ୍ରେଲିଆର ବଣ୍ଡ ୟୁନିଭରସିଟି ମଧ୍ୟ ୨୦୨୧ ମସିହାରେ ଡୋରୱେ ଇଫେକ୍ଟ ଉପରେ ଗବେଷଣା କରିଥିଲା । ଏହି ଅନୁସନ୍ଧାନରେ ପ୍ରକୃତ କୋଠରୀ ବ୍ୟତୀତ ସାଇକୋଲୋଜିଷ୍ଟ୍ ଅଲିଭର ବୋମନ୍ ଭର୍ଚୁଆଲ୍ ରୁମ୍ ଯୋଡିଥିଲେ। ଯାହାର ଫଳାଫଳ ମଧ୍ୟ ସମାନ ଥିଲା।