Vastu Tips: ମହମବତୀ ଜାଳିବା ଦ୍ୱାରା ଘରକୁ ଖୁସି ଆସିଥାଏ; ଜାଣନ୍ତୁ କେଉଁ ରଙ୍ଗର ମହମବତୀ ଜାଳିବେ
ବାସ୍ତୁ ଶାସ୍ତ୍ରରେ କୁହାଯାଏ ଯେ ମହମବତୀରୁ ନିର୍ଗତ ଶକ୍ତି ନକାରାତ୍ମକ ଶକ୍ତିକୁ କାଟି ଦେଇଥାଏ । ଯାହା ଦ୍ୱାରା ସକରାତ୍ମକ ଶକ୍ତି ଆପେ ଆପେ ବଢ଼ି ଯାଇଥାଏ । ଦିଗ ଅନୁଯାୟୀ ରଙ୍ଗ ଚୟନ କରି ମହମବତୀ ଲଗାଇବା ଦ୍ୱାରା ସେହି ଦିଗ ପାଇଁ ଶୁଭ ଫଳ ପ୍ରାପ୍ତ ହୋଇଥାଏ ।

ବାସ୍ତୁ ଶାସ୍ତ୍ରରେ ମହମବତୀର ବିଶେଷ ଗୁରୁତ୍ୱ ରହିଛି । ଆଜିକାଲି ବଜାରରେ ଅନେକ ପ୍ରକାରର କ୍ୟାଣ୍ଡେଲ ଉପଲବ୍ଧ । ବିଭିନ୍ନ ଶୈଳୀରେ ବିଭିନ୍ନ ରଙ୍ଗର ମହମବତୀ ଲଗାଇବା ଦ୍ୱାରା ଘର ବହୁତ ସୁନ୍ଦର ଦେଖାଯାଏ । ଆଜିର ସମୟରେ ଲୋକମାନେ ନିଜ ଘର ସଜାଇବା ପାଇଁ ମହମବତୀର ମଧ୍ୟ ବ୍ୟବହାର କରନ୍ତି । ସେମାନେ କେବଳ ଘରକୁ ଆଲୋକିତ କରିବା ପାଇଁ ଏହା କରନ୍ତି ନାହିଁ ବରଂ ଘରର ପରିବେଶକୁ ଉଲ୍ଲସିତ କରିଥାନ୍ତି । ଘରକୁ ସକାରାତ୍ମକତାରେ ଭରିବା ପାଇଁ ଅନେକ ପ୍ରକାରର ସୁଗନ୍ଧିତ ମହମବତୀରେ ମଧ୍ୟ ଘରକୁ ସଜାଯାଇଥାଏ । ଜାଣନ୍ତୁ ଏହାର ଦିଗ ଓ ରଙ୍ଗ ବିଷୟରେ ।

ମହମବତୀ ଲଗାଇବା ଦ୍ୱାରା ଘର ମଧ୍ୟରେ ଶକ୍ତିର ସନ୍ତୁଳନ ବଜାୟ ରହିଥାଏ । ଏହା ନକାରାତ୍ମକ ଶକ୍ତି ଅପସାରଣ କରି ଏହାକୁ ସକରାତ୍ମକ ଶକ୍ତିରେ ପରିଣତ କରି ଦେଇଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଅଗ୍ନିର ଦିଗ ଦକ୍ଷିଣ ହୋଇଥାଏ । ତେଣୁ ଘରେ ଏକ ମହମବତୀ ରଖିବା ପାଇଁ ଆପଣ କେବଳ ଦକ୍ଷିଣ ଦିଗ ବାଛିବା ଉଚିତ୍ ।

ବିଶ୍ୱାସ କରାଯା ପୂର୍ବ ଦିଗରେ ସବୁଜ ମହମବତୀ ଲଗାଯିବା ଉଚିତ । ଏହା ଜୀବନର ଗତି ବଜାୟ ରଖେ ଓ ପ୍ରଗତିର ପଥ ଖୋଲିଥାଏ ।

ବାୟୁ କୋଣ ଅର୍ଥାତ୍ ଉତ୍ତର ପଶ୍ଚିମ ଦିଗର କୋଣରେ ଧଳା ମହମବତୀ, ଦକ୍ଷିଣ ପଶ୍ଚିମ ଦିଗରେ ହଳଦିଆ ମହମବତୀ ଓ ଉତ୍ତର-ପୂର୍ବ ଦିଗରେ ଧଳା ରଙ୍ଗର ମହମବତୀ ଲଗାଇବା ଉଚିତ୍ । (ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ଓ ବିଜ୍ଞପ୍ତିଗୁଡିକ ଅନୁମାନ ଉପରେ ଆଧାରିତ । ନ୍ୟୁଜ 18 ଓଡ଼ିଆ ଏଗୁଡିକ ନିଶ୍ଚିତ କରେ ନାହିଁ । ଏଗୁଡିକ କାର୍ଯ୍ୟକାରୀ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହିତ ଯୋଗାଯୋଗ କରନ୍ତୁ ।)