ସମଗ୍ର ଦେଶରେ ହୋଲି ପର୍ବ ପାଳନ କରାଯାଉଛି। ହୋଲି ଉତ୍ସବରେ ଦେଶ ବୁଡି ରହିଛି। ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ରାଜନାଥ ସିଂଙ୍କ ସରକାରୀ ବାସଭବନରେ ପାଳନ କରାଯାଇଥିଲା। ଏଥିରେ ଆମେରିକାର ଜଣେ ବରିଷ୍ଠ ଅଧିକାରୀ ମଧ୍ୟ ଭାଗ ନେଇଥିଲେ। ଏହି ଅବସରରେ ଦେଶର ବୈଦେଶିକ ମନ୍ତ୍ରୀ, କ୍ରୀଡ଼ା ମନ୍ତ୍ରୀ, ଆଇନ ମନ୍ତ୍ରୀଙ୍କ ସମେତ ବହୁ ନେତା ମଧ୍ୟ ଉପସ୍ଥିତ ଥିଲେ। ଆମେରିକାର ବାଣିଜ୍ୟ ସଚିବ ଜିନା ରାଇମୋଣ୍ଡୋଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା।
ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ହୋଲି ଭିଡିଓ ସେୟାର କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲେଖିଛନ୍ତି, 'ହୋଲିର ଶୁଭ ଅବସରରେ ତାଙ୍କ ସରକାରୀ ବାସଭବନରେ ଆମେରିକାର ବାଣିଜ୍ୟ ସଚିବ ଶ୍ରୀମତୀ ଜିନା ରାଇମୋଣ୍ଡୋଙ୍କ ସହ ସେଲିବ୍ରେସନ କରିବା ଅତ୍ୟନ୍ତ ଆନନ୍ଦଦାୟକ'। ଏହି ଅବସରରେ ଆମେରିକାର ସଚିବ ANIକୁ କହିଛନ୍ତି ଯେ, 'ଏଭଳି ଦିନରେ ଏଠାକୁ ଆସିବା ମୋ ପାଇଁ ଗୌରବର ବିଷୟ। ମନ୍ତ୍ରୀ ମୋର ସ୍ୱାଗତ ଓ ସମ୍ମାନ ଜଣାଇଛନ୍ତି। ସମସ୍ତଙ୍କୁ ହୋଲି ଶୁଭେଚ୍ଛା।