ଟିଭିର ସାଧାସିଧା ବୋହୂ ହିନା ଖାନ୍ ବୋଲ୍ଡ ଫଟୋସୁଟ କରାଇଲେ, ଫଟୋ ସବୁ ଭାଇରାଲ୍ ହେଉଛି
ଛୋଟ ପରଦାରେ ଅକ୍ଷରା ଭୂମିକାରେ ଦର୍ଶକଙ୍କ ହୃଦୟରେ ରାଜୁତି କରୁଥିବା ହିନା ଖାନ୍ (Hina Khan) ଏବେ ନିଜ ବୋଲ୍ଡ ଫଟୋସୁଟର (Bold Photoshoot) କେତେକ ଫଟୋ ସେୟାର କରିଛନ୍ତି । ତାଙ୍କର ଏହି ନୂଆ ଅବତାର ତାଙ୍କ ପ୍ରଶଂସକମାନଙ୍କୁ ବହୁତ ପସନ୍ଦ ଆସିଛି ।

ଛୋଟ ପରଦାରେ ଅକ୍ଷରା ହୋଇ ଲୋକଙ୍କ ହୃଦୟରେ ରାଜୁତି କରିଥିବା ହିନା ଖାନ (Hina Khan) ଏବେ ଫିଲ୍ମରେ ବି ପ୍ରବେଶ କରିଛନ୍ତି। ଟିଭି ପରେ ହିନା ଖାନ ରିଆଲିଟି ସୋ’ର ଏକ ଅଂଶ ହୋଇଥିଲେ, ଆଉ ସେହି ସୋ’ଗୁଡ଼ିକ ତାଙ୍କ ପ୍ରଶଂସକ ସଂଖ୍ୟା ବଢ଼େଇଥିଲା ।

ହିନା ନିଜ ପ୍ରଶଂସକଙ୍କ ପ୍ରତି ସର୍ବଦା ସଜାଗ ଥାଆନ୍ତି । ସେଇଥି ପାଇଁ ସେ ସୋସିଆଲ ମିଡ଼ିଆରେ ବି ବହୁତ ସକ୍ରିୟ ରହନ୍ତି । ସେ ଲଗାତର ନିଜ ସୋସିଆଲ୍ ଆକାଉଣ୍ଟରେ ଆକର୍ଷଣୀୟ ପୋଷ୍ଟ ସେୟାର କରନ୍ତି । ଏବେ ସେ ନିଜ ପ୍ରଶଂସକମାନଙ୍କ ବହୁତ ବୋଲ୍ଡ ଫଟୋସୁଟର (Bold Photoshoot) ଅନେକ ଫଟୋ ସେୟାର କରିଛନ୍ତି ।

ହିନା ଖାନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ କିଛି ବିଶେଷ ଫଟୋ ସେୟାର କରିଛନ୍ତି । ସେହି ଫଟୋଗୁଡ଼ିକ ଯୋଗୁଁ ସୋସିଆଲ ମିଡିଆରେ ହିନା ଏବେ ଆହୁରି ଲୋକପ୍ରିୟ ହୋଇଉଠିଛନ୍ତି । ଭାଇରାଲ ହେଉଥିବା ଏହି ଫଟୋଗୁଡ଼ିକର ବିଶେଷ କଥା ହେଉଛି ହିନା ଖାନଙ୍କ ଧମାକାବାଲା ଲୁକ୍ । ଏହି ଚିତ୍ରଗୁଡ଼ିକରେ ହିନା ଖାନ ବିଭିନ୍ନ ପୋଷାକରେ ଝିଲମିଲ୍ କରୁଥିବା ଦେଖାଯାଇଛି ।

ଟିଭିର ସରଳ ବୋହୂରୁ ବୋଲ୍ଡ ଅଭିନେତ୍ରୀ ହୋଇଥିବା ହିନା ଖାନଙ୍କ ଏହି ନୂଆ ଅବତାର ତାଙ୍କୁ ତାଙ୍କ ପ୍ରଶଂସକମାନଙ୍କୁ ବହୁତ ପସନ୍ଦ ଆସିଛି ।

ଟିଭିରୁ ରିଅଲିଟି ସୋ ଓ ତା’ପରେ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିବା ହିନା ଖାନ୍ ନିଜ ଲୁକ୍ ସହିତ ଏକ୍ସପେରିମେଣ୍ଟ୍ କରିବାକୁ କୁଣ୍ଠାବୋଧ କରନ୍ତି ନାହିଁ ।