ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ କୋଭିଡ -୧୯ ସଂକ୍ରମିତ ହେବା ପରେ ପରୀକ୍ଷାମୂଳକ ଚିକିତ୍ସା ଯୋଗୁଁ ମୁଁ ଜଣେ 'ସୁପରମ୍ୟାନ୍' (ଅତ୍ୟନ୍ତ ଶକ୍ତିଶାଳୀ) ଭଳି ଅନୁଭବ କରୁଛି ଓ ଏହି ଚିକିତ୍ସା ମୋର ରୋଗ ବିରୁଦ୍ଧରେ ପ୍ରତିରୋଧକ ଶକ୍ତି ବଢ଼ାଇଛି । ଫଟୋ: ଏପି ଟ୍ରମ୍ପ ୧ ଅକ୍ଟୋବରରେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଥିଲା ଓ ତାଙ୍କୁ ତିନି ରାତି ଚାରି ଦିନ ପାଇଁ ସାମରିକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରୀକ୍ଷାମୂଳକ ଆଣ୍ଟିବଡି ଔଷଧର ମିଶ୍ରଣ ସହିତ ଚିକିତ୍ସା ପରେ ଟ୍ରମ୍ପ ନିଜକୁ ସୁସ୍ଥ ଘୋଷଣା କରିଥିଲେ । ଫଟୋ: ଏପି ମଙ୍ଗଳବାର ପେନସିଲଭାନିଆରେ ଏକ ନିର୍ବାଚନ ରାଲିରେ ମଙ୍ଗଳବାର ଦିନ କହିଛନ୍ତି ଯେ ମୁଁ ଜାଣିଥିଲି ଯେ ମୁଁ କିଛି ଔଷଧ ଖାଇଛି । ଏହା ପରେ ମୁଁ ଶୀଘ୍ର ଭଲ ହୋଇଗଲି । ମୁଁ ଜାଣେ ନାହିଁ ଏହା କ’ଣ ଥିଲା ? ମୁଁ ସେଗୁଡ଼ିକୁ ଖାଇଥିଲି ଓ ମୋତେ ସୁପରମ୍ୟାନ୍ ଭଳି ଲାଗୁଛି । ଫଟୋ: ଏପି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ରୋଗ ପ୍ରତିରୋଧକ ଶକ୍ତି ବିଷୟରେ କହିଛନ୍ତି ଯେ ବର୍ତ୍ତମାନ ମୋର ପ୍ରତିରୋଧକ କ୍ଷମତା ଅଛି । ମୁଁ ତଳକୁ ଓହ୍ଲାଇ କାହାକୁ ବି ଚୁମ୍ବନ ଦେଇପାରେ । ଫଟୋ: ଏପି କରୋନା ଭାଇରସ୍ ସଂକ୍ରମଣରୁ ଭଲ ହେବା ପରେ ହ୍ୱାଇଟ ହାଉସର ଡାକ୍ତରମାନେ ତାଙ୍କୁ ନିର୍ବାଚନ ରାଲିରେ ଭାଗ ନେବାକୁ ଅନୁମତି ଦେଇଛନ୍ତି । ତାଙ୍କ ଚିକିତ୍ସା କରୁଥିବା ଡାକ୍ତରମାନଙ୍କୁ ରାଷ୍ଟ୍ରପତି ଧନ୍ୟବାଦ ଜଣାଇଛନ୍ତି । ଫଟୋ: ଏପି