Zee Rishtey Awards: ଅଙ୍କିତା ଲୋଖଣ୍ଡେଙ୍କ ଠାରୁ ‘କୁଣ୍ଡଲୀ ଭାଗ୍ୟ’ର ପ୍ରୀତା… ଗ୍ଲାମରରେ ଚମକିଲା ସନ୍ଧ୍ୟା
ଜି ରିସ୍ତେ ପୁରସ୍କାର ସମାରୋହରେ ଟିଭିର ଜଣାଶୁଣା ସେଲିବ୍ରିଟିମାନେ ଖୁବ୍ ଷ୍ଟାଇଲିସ୍ ଢଙ୍ଗରେ ପ୍ରବେଶ କରିଥିଲେ । ଅଙ୍କିତା ଲୋଖଣ୍ଡେ ଓ ଶ୍ରଦ୍ଧା ଆର୍ଯ୍ୟଙ୍କ ସମେତ ଅନେକ ବଡ଼ ସେଲିବ୍ରିଟି ରେଡ କାର୍ପେଟରେ ଦେଖାଯାଇଥିଲେ ।

ମୁମ୍ବାଇ: ଟେଲିଭିଜନ ପରଦାରେ ପ୍ରଦର୍ଶିତ ବିଭିନ୍ନ ଶୋ’ ଦର୍ଶକଙ୍କ ମଧ୍ୟରେ ବହୁତ ଲୋକପ୍ରିୟ । ଏହି ଶୋ’ର କଳାକାରମାନଙ୍କ ଫ୍ୟାନ୍ ଫଲୋଇଂ ବି ଖୁବ୍ ବେଶୀ । ଏବେ ଏହି ଶୋ’ ଓ ସେ ସବୁ ସହ ଜଡ଼ିତ ବ୍ୟକ୍ତିମାନଙ୍କୁ ସମ୍ମାନିତ କରିବା ପାଇଁ ଜି ରିସ୍ତେ ପୁରସ୍କାର ୨୦୨୦ (Zee Rishtey Awards 2020) ଆୟୋଜିତ ହୋଇଥିଲା । ଗ୍ଲାମରରେ ପରିପୂର୍ଣ୍ଣ ସନ୍ଧ୍ୟାରେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ (Ankita Lokhande) ଠାରୁ ଆରମ୍ଭ କରି ‘କୁଣ୍ଡଲି ଭାଗ୍ୟ’ର ପ୍ରୀତା ଅର୍ଥାତ୍ ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟଙ୍କ (Shraddha Arya) ପର୍ଯ୍ୟନ୍ତ ଅନେକ କଳାକାର ଉପସ୍ଥିତ ଥିଲେ । ଯେତେବେଳେ ସବୁ ତାରକା ରେଡ୍ କାର୍ପେଟରେ ଏକା ଥରେ ପ୍ରବେଶ କରିଥିଲେ, ଏହି ଇଭେଣ୍ଟ ଚମକଦାର୍ ହୋଇଥିଲା । ଦେଖନ୍ତୁ ଆପଣଙ୍କ ପ୍ରିୟ ଟିଭି ତାରକାମାନେ ଏହି ପୁରସ୍କାର ଉତ୍ସବରେ କେମିତି ପହଞ୍ଚିଥିଲେ । (ସବୁ ଫଟୋ କ୍ରେଡିଟ୍- ଭାଇରାଲ୍ ଭାୟାନି)

ପ୍ରସିଦ୍ଧ ଟିଭି ଶୋ ‘ପବିତ୍ର ରିସ୍ତା’ର ମୁଖ୍ୟ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ (Ankita Lokhande) ଏକ କଳା ରଙ୍ଗର ଗାଉନରେ ଏହି ଶୈଳୀରେ ପହଞ୍ଚିଥିଲେ । ସେ ନିଜ କଳା ଗାଉନ ପିନ୍ଧି ପୁରା ଲାଇମଲାଇଟ୍ ନିଜ ଆଡ଼କୁ ଟାଣି ନେଇଥିଲେ ।

ଟିଭି ଶୋ ‘କୁଣ୍ଡଲି ଭାଗ୍ୟ’ର ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟ ଧଳା ଓ ସୋଲଡର୍ ଗାଉନ୍ ପିନ୍ଧି ବଡ଼ ଷ୍ଟାଇଲିଶ୍ ଶୈଳୀରେ ପ୍ରବେଶ କରିଥିଲେ ।

ଅଭିନେତ୍ରୀ ଜୁହି ପରମାର (Juhi Parmar) ରେଡ କାର୍ପେଟରେ ଏକ ଅଫ୍-ହ୍ୱାଇଟ୍ ଗାଉନ ପିନ୍ଧି ବଡ଼ ଷ୍ଟାଇଲରେ ପାଦ ଦେଇଥିଲେ । ସବୁ କ୍ୟାମେରା ତାଙ୍କ ଆଡକୁ ମୁହାଁଇଥିଲା ।

ଜି ରିସ୍ତେ ପୁରସ୍କାର ଉତ୍ସବରେ ଅଭିନେତା ଶବୀର ଆଲୁୱାଲିଆ ଓ ଅଭିନେତ୍ରୀ ସୃଷ୍ଟି ଝା ସାଙ୍ଗ ହୋଇ ରେଡ କାର୍ପେଟରେ ପହଞ୍ଚିଥିଲେ ।

ଟିଭି ଶୋ’ ‘କୁମ୍କୁମ୍ ଭାଗ୍ୟ’ର ନୂଆ ପିଢ଼ିର କୃଷ୍ଣ କୌଲ୍ ଓ ମୁଗ୍ଧା ଚାପେକର ବି ମ୍ୟାଚିଂ କରୁଥିବା ଡ୍ରେସ୍ ପିନ୍ଧି ରେଡ୍ କାର୍ପେଟରେ ପ୍ରବେଶ କରିଥିଲେ ।

‘କୁଣ୍ଡଲୀ ଭାଗ୍ୟ’ର ଭାମ୍ପ୍ ଶେର୍ଲିନ୍ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ରୁହି ଚତୁର୍ବେଦୀ ବି କାନ୍ଧରେ ଏକ ଅଫ୍-ସୋଲଡର୍ ଧଳା ଗାଉନ ପିନ୍ଧି ରେଡ୍ କାର୍ପେଟରେ ପହଞ୍ଚିଥିଲେ ।