ହନିମୁନ୍ ପାଇଁ ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନାସ୍ ସ୍ୱିଜରଲ୍ୟାଣ୍ଡ ଯାଇଥିଲେ। ସେ ସମୟର ଦୁହିଁଙ୍କର କେତେକ ଫଟୋ ସାମନାକୁ ଆସିଥିଲା । ହେଲେ ଆହୁରି ଅନେକ ଫଟୋ ଏ ଯାଏଁ ବାହାରକୁ ଆସିପାରି ନ ଥିଲା । ସେହି ସମୟର କେତେକ ଥ୍ରୋବ୍ୟାକ୍ ଫଟୋ ଏବେ ଦେଖନ୍ତୁ । ଏହି ଫଟୋଟି ସବୁ ଆଡ଼େ ଛାଇଯାଇଥିଲା । ଏଥିରେ ନିକ୍ ଜୋନାସ୍ ଗିଟାର ବଜାଉଥିବା ବେଳେ ତାଙ୍କ ସହ ଥିବା ପ୍ରିୟଙ୍କା କମ୍ବଳ ଭିତରେ ଶୋଇ ଶୁଣୁଥିଲେ । ସୋସିଆଲ ମିଡିଆରେ ଏହି ଫଟୋଟି ଖୁବ୍ ଶେଆର୍ ହୋଇଥିଲା । ଲୋକେ ଏହି ଯୁଗଳଙ୍କ ବନ୍ଧନକୁ ବହୁତ ଭଲ ପାଆନ୍ତି । ଠିକ୍ ଆରମ୍ଭରୁ ସେମାନଙ୍କ ଭିତରେ ଥିବା କେମିଷ୍ଟ୍ରି ସୋସିଆଲ୍ ମିଡିଆରେ ସେମାନଙ୍କୁ ଫେଭରାଇଟ୍ ବନେଇଥିଲା । ବଲିଉଡ୍ ତାରକା ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନାସଙ୍କ ବିବାହ ଖ୍ରୀଷ୍ଟିଆନ ଓ ହିନ୍ଦୁ ରୀତିନୀତି ଅନୁସାରେ ହୋଇଥିଲା । ବିବାହ ପରେ ଦୁହେଁ ଦିଲ୍ଲୀ ଓ ମୁମ୍ବାଇରେ ନିଜର ଘନିଷ୍ଠ ବନ୍ଧୁ ଓ ପରିଚିତମାନଙ୍କ ପାଇଁ ଏକ ଅଦ୍ଭୁତ ରିସେପସନ୍ ପାର୍ଟି ଦେଇଥିଲେ । ଏହି ପାର୍ଟିରେ ବଲିଉଡ ତାରକାଙ୍କ ଭିଡ ଜମିଥିଲା । ଦିଲ୍ଲୀରେ ଆୟୋଜିତ ରିସେପ୍ସନରେ ପ୍ରଧାନ ମନ୍ତ୍ରୀ ମୋଦିଙ୍କ ସମେତ ବହୁ ସମ୍ମାନିତ ଅତିଥି ଉପସ୍ଥିତ ଥିଲେ ।