୨୦୧୭ରେ ଇଂଲଣ୍ଡକୁ ବିଶ୍ୱ ଚାମ୍ପିଅନ୍ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଡାନିଏଲି ୱାଏଟଙ୍କୁ (Danielle Wyatt) ଯେତିକି ଭଲପାଇବା ତାଙ୍କ ଦେଶରେ ମିଳିଛି, ସେତିକି ଭାରତରୁ ବି ସେ ପାଇଛନ୍ତି । ଭାରତରେ ତାଙ୍କର ଅନେକ ପ୍ରଶଂସକ ଅଛନ୍ତି । ଏହାର ସବୁ ଠାରୁ ବଡ଼ କାରଣ ହେଉଛି ଭାରତ ଓ ଏହାର ଲୋକଙ୍କ ପ୍ରତି ତାଙ୍କର ଭଲପାଇବା । ଭାରତୀୟ କ୍ରିକେଟରମାନେ ମଧ୍ୟ ତାଙ୍କର ଭଲ ବନ୍ଧୁ । ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି, ୟୁଜବେନ୍ଦ୍ର ଚହଲ (Yuzvendra Chahal), ସଚିନ ତେନ୍ଦୁଲକରଙ୍କ (Sachil Tendulkar) ପୁଅ ଅର୍ଜୁନ ତେନ୍ଦୁଲକରଙ୍କ (Arjun Tendulkar) ସହ ମଧ୍ୟ ତାଙ୍କର ବହୁତ ଭଲ ବନ୍ଧୁତା ଅଛି ।
ଡାନିଏଲି ଅର୍ଜୁନ ତେନ୍ଦୁଲକର ଓ ୟୁଜବେନ୍ଦ୍ର ଚହଲଙ୍କର ମଧ୍ୟ ବହୁତ ଭଲ ବନ୍ଧୁ । ପ୍ରାୟତଃ ଚହଲ ଓ ଡାନିଏଲି ସୋସିଆଲ ମିଡିଆରେ ଚାଟିଂ କରନ୍ତି । ଚହଲଙ୍କ ଅଧିକାଂଶ ପୋଷ୍ଟ ଉପରେ ତ ପ୍ରଥମ କମେଣ୍ଟ୍ ଏହି କ୍ରିକେଟରଙ୍କ ଠାରୁ ଆସେ । ଡାନିଏଲି ଏକ ୱେବସାଇଟ୍ ସହିତ ଏକ ସ୍ୱତନ୍ତ୍ର ବାର୍ତ୍ତାଳାପରେ ପ୍ରକାଶ କରିଛନ୍ତି ଯେ ଅର୍ଜୁନ ତେନ୍ଦୁଲକର ମଜାରେ ତାଙ୍କୁ ଅନେକ ଥର ମୁଣ୍ଡରେ ବଲ୍ ମାରିବେ ବୋଲି ଧମକ ଦେଇଛନ୍ତି!