ପରିବାର ସହିତ ଅଷ୍ଟ୍ରେଲିଆରେ ପହଞ୍ଚଲେ ଟିମ୍ ଇଣ୍ଡିଆର ଖେଳାଳି; ବିସିସିଆଇ ସେୟାର କଲା ଫଟୋ
ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL 2020) ଶେଷ ହେବା ପରେ ଭାରତୀୟ କ୍ରିକେଟ୍ ଦଳ ଆଗାମୀ ଅଷ୍ଟ୍ରେଲିଆ ସିରିଜ୍ ପାଇଁ ସିଡନୀରେ ପହଞ୍ଚିଛି । ଦଳର ଅନେକ ଖେଳାଳି ନିଜ ପରିବାର ସହିତ ଅଷ୍ଟ୍ରେଲିଆ ଗସ୍ତରେ ଯାଇଛନ୍ତି ।

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL 2020) ଶେଷ ହେବା ପରେ ଭାରତୀୟ କ୍ରିକେଟ୍ ଦଳ ଆଗାମୀ ଅଷ୍ଟ୍ରେଲିଆ ସିରିଜ୍ ପାଇଁ ସିଡନୀରେ ପହଞ୍ଚିଛି । ଦଳର ଅନେକ ଖେଳାଳି ନିଜ ପରିବାର ସହିତ ଅଷ୍ଟ୍ରେଲିଆ ଗସ୍ତରେ ଯାଇଛନ୍ତି । ଅଜିଙ୍କ୍ୟ ରାହାଣେ, ଚେତେଶ୍ୱର ପୂଜାରା, ରବିଚନ୍ଦ୍ରନ ଅଶ୍ୱିନ ଓ ରବିନ୍ଦ୍ର ଜାଡେଜାଙ୍କ ପରିବାର ସହ ଫଟୋ ବିସିସିଆଇ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛି । (BCCI/Instagram)

ଭାରତୀୟ କ୍ରିକେଟ୍ ଦଳର ଖେଳାଳି ଓ ସପୋର୍ଟ ଷ୍ଟାଫ୍ ଅଷ୍ଟ୍ରେଲିଆରେ ପହଞ୍ଚି ଆବଶ୍ୟକ କ୍ୟାରାଣ୍ଟିନ ଅବଧି ପୂରଣ କରୁଛନ୍ତି । ଏହା ସହ ଭାରତୀୟ ଖେଳାଳିମାନେ କରୋନା ଭୂତାଣୁ ପରୀକ୍ଷାରେ ନକାରାତ୍ମକତା ପାଇବା ପରେ ଅଷ୍ଟ୍ରେଲିଆରେ ଅଭ୍ୟାସ ଓ ଜିମ୍ ଅଧିବେଶନ ମଧ୍ୟ ଆରମ୍ଭ କରିଛନ୍ତି । (BCCI/Instagram)

ନିକଟରେ ୟୁଏଇରେ ଇଣ୍ଡିଆନ୍ ପ୍ରିମିୟର ଲିଗରେ ଅଂଶଗ୍ରହଣ କରିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା, ପୃଥ୍ୱୀଭ ଶଃ ଓ ମହମ୍ମଦ ସିରାଜଙ୍କ ସମେତ ଅନେକ କ୍ରିକେଟର ଅଭ୍ୟାସ ଅଧିବେଶନରେ ଅଂଶଗ୍ରହଣ କରିଥିଲେ । ବିସିସିଆଇ ନିଜ ଅଫିସିଆଲ୍ ଟ୍ୱିଟରରେ ଖେଳାଳିଙ୍କ ବାହ୍ୟ ବ୍ୟାୟାମ ଓ ଜିମ୍ ଅଧିବେଶନର ଫଟୋ ସେୟାର କରିଛି । (BCCI/Instagram)

ସ୍ପିନର କୁଲଦୀପ ଯାଦବ, ଦ୍ରୁତ ବୋଲର ଉମେଶ ଯାଦବ, ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର ଓ ଚେତେଶ୍ୱର ପୂଜାରା ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା। ଫଟୋରେ ଦ୍ରୁତ ବୋଲର ଟି ନାଟରାଜନ୍ ଓ ଦୀପକ ଚହର ମଧ୍ୟ ନଜର ଆସିଛନ୍ତି । (BCCI/Instagram)

ଭାରତୀୟ ଦଳ ବର୍ତ୍ତମାନ ୧୪ ଦିନିଆ କ୍ୟାରାଣ୍ଟିନରେ ରହିଛି ଓ ପ୍ରଥମ କରୋନା ଟେଷ୍ଟ ରିପୋର୍ଟରେ ସମସ୍ତଙ୍କର ନକାରାତ୍ମକ ଆସିଛି । ରିପୋର୍ଟ ପରେ ଭାରତୀୟ ଖେଳାଳିମାନେ ପ୍ରସ୍ତୁତ ହେଉଥିବାବେଳେ ପଡିଆରେ ମଧ୍ୟ ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି । (BCCI/Instagram)