ତାରା ଦୀର୍ଘ ଦିନ ଧରି ରଣବୀର କପୁରଙ୍କ ସମ୍ପର୍କୀୟ ଭାଇ ଆଦର୍ ଜୈନଙ୍କୁ (Aadar Jain) ଡେଟ୍ କରୁଛନ୍ତି । ପ୍ରଥମେ ଦୁହିଁଙ୍କ ସମ୍ପର୍କ ଗଣମାଧ୍ୟମ ସାମନାରେ ଖୋଲାଖୋଲି ଭାବେ ଆସି ନ ଥିଲା, କିନ୍ତୁ ଆଦର୍ ଜୈନଙ୍କ ଭାଇଙ୍କ ବିବାହରେ ପ୍ରଥମ ଥର ପାଇଁ ଏହି ଯୋଡ଼ି ନିଜ ସମ୍ପର୍କକୁ ସମସ୍ତଙ୍କ ସାମ୍ନାରେ ରଖିଥିଲେ । (ଫଟୋ ସୌଜନ୍ୟ: ତାରା ସୁତରିଆ ଇନଷ୍ଟାଗ୍ରାମ୍)
ତାରାଙ୍କୁ ବଲିଉଡର ଆଗାମୀ ସମୟର ଜଣେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ବିବେଚନା କରାଯାଉଛି । ମାତ୍ର ଦୁଇଟି ଫିଲ୍ମରେ କାମ କରିଥିବା ଏହି ଅଭିନେତ୍ରୀଙ୍କୁ ଦର୍ଶକଙ୍କ ଠାରୁ ଆରମ୍ଭ କରି ଚଳଚ୍ଚିତ୍ର ସମାଲୋଚକ ପର୍ଯ୍ୟନ୍ତ ସମସ୍ତେ ପ୍ରଶଂସା କରୁଛନ୍ତି । ତାରାଙ୍କୁ ଟାଇଗର ଶ୍ରଫଙ୍କ ସହ ଫିଲ୍ମ ‘ହେରୋପନ୍ତି ୨’ରେ ବି ଦେଖିବାକୁ ମିଳିବ । (ସବୁ ଫଟୋ ସୌଜନ୍ୟ: ତାରା ସୁତରିଆ ଇନଷ୍ଟାଗ୍ରାମ୍)