ଆଫଗାନିସ୍ତାନ୍ (Afghanistan) ଉପରେ ରକ୍ତରଞ୍ଜିତ ଢଙ୍ଗରେ କବଜା କରିବା ପରେ ତାଲିବାନ୍ (Taliban) ସେଠାରେ ସରକାର ଗଠନ କରିଛି । ଆଫଗାନିସ୍ତାନର ତାଲିବାନ ସରକାରରେ ପ୍ରଧାନ ମନ୍ତ୍ରୀଠାରୁ ଆରମ୍ଭ କରି ଗୃହ ମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଓ ଆଇନ ମନ୍ତ୍ରୀ ପର୍ଯ୍ୟନ୍ତ ପଦରେ ଏକରୁ ଅଧିକ ଭୟାନକ ଆତଙ୍କବାଦୀ ରହିଛନ୍ତି । ତାଲିବାନ୍ କଳା ଟଙ୍କାକୁ ଧଳା ଟଙ୍କା କରୁଥିବା ହାଜି ମହମ୍ମଦ ଇଦ୍ରିସଙ୍କୁ (Haji Mohammed Idrees) ‘ରିଜର୍ଭ ବ୍ୟାଙ୍କ ଅଫ୍ ଆଫଗାନିସ୍ତାନ’ର ମୁଖ୍ୟ ଭାବେ ନିଯୁକ୍ତ କରିଛି ।
ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ହାଜି ମହମ୍ମଦ ଇଦ୍ରିସଙ୍କ ଏକ ଫଟୋରେ ସେ ଏହି ଶୀର୍ଷ ବ୍ୟାଙ୍କର ଅଫିସରେ ବସିଥିବା ଦେଖାଯାଉଛି । ତାଙ୍କ ଡେସ୍କର ଗୋଟିଏ ପାଖରେ ଲାପଟପ୍ ଥିବା ବେଳେ ତା’ ପାଖରେ ଏକ AK-47 ରାଇଫଲ୍ ରଖାଯାଇଥିବା ଦେଖାଯାଇଛି । ଇଦ୍ରିସଙ୍କ ବ୍ୟାଙ୍କିଙ୍ଗ ଜ୍ଞାନ ବିଷୟରେ ତଥ୍ୟ ଅଛପା ନାହିଁ । ସେ ନିଜ ଜୀବନରେ କୌଣସି ପୁସ୍ତକ ପଢ଼ିନାହାଁନ୍ତି, କିନ୍ତୁ ସେ ବର୍ତ୍ତମାନ ଆଫଗାନିସ୍ତାନର ବ୍ୟାଙ୍କିଂ ସିଷ୍ଟମ ଚଳାଇବାକୁ ଯାଉଛନ୍ତି ।