ଦୁନିଆରେ ଅନେକ ଦେଶରେ ରାଜତନ୍ତ୍ର ରହିଆସିଛି, କିନ୍ତୁ ରାଜାମାନଙ୍କର କାର୍ଯ୍ୟ ହେତୁ ଏହି ବ୍ୟବସ୍ଥା ସମଗ୍ର ବିଶ୍ୱରୁ ପ୍ରାୟ ବିଲୋପ ହୋଇଯାଇଛି । ତଥାପି ଦୁନିଆରେ ଏ ପର୍ଯ୍ୟନ୍ତ ଗୋଟିଏ ଶେଷ ଦେଶ ଅଛି ଯେଉଁଠି ପୂର୍ଣ୍ଣ ରୂପେ ରାଜା କ୍ଷମତାରେ ଅଛନ୍ତି ଓ ରାଜତନ୍ତ୍ର ଚାଲିଛି । ଏହି ଦେଶ ହେଉଛି ସ୍ୱାଜିଲ୍ୟାଣ୍ଡ । ଏଠାକାର ରାଜା ହେଉଛନ୍ତି ମାସ୍ୱତୀ ତୃତୀୟ । ସେ ନିକଟରେ ଏହି ଦେଶର ନାମକୁ ବଦଳାଇ ‘କିଂଡମ୍ ଇସ୍ୱାତିନି’ ରଖିଛନ୍ତି ।