ନୂଆ ଦିଲ୍ଲୀ: ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ସୁସ୍ମିତା ସେନ୍ଙ୍କ (Sushmita Sen) ବୟସ ୪୫ ବର୍ଷ ହୋଇଥିଲେ ବି ସେ ଏତେ ଅଳ୍ପବୟସୀ ଦେଖାଯାଉଛନ୍ତି ଯେ ତାଙ୍କ ବୟସ କେହି ଅନୁମାନ କରିପାରିବେ ନାହିଁ । ସୋସିଆଲ୍ ନେଟୱାର୍କିଂ ସାଇଟ୍ ଇନଷ୍ଟାଗ୍ରାମରେ ସୁସ୍ମିତା ବହୁତ ସକ୍ରିୟ ରହନ୍ତି । ସେଇଠି ନିଜ ସଦ୍ୟ ଫଟୋ ସେ ଶେୟାର କରୁଥା’ନ୍ତି । ଇନଷ୍ଟାଗ୍ରାମରେ ୫୬ ଲକ୍ଷରୁ ଅଧିକ ଲୋକ ସୁସ୍ମିତାଙ୍କୁ ଫଲୋ କରନ୍ତି । ସେହି କାରଣରୁ ତାଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଥାଏ । ସୁସ୍ମିତା ନଭେମ୍ବର ୧୯, ୨୦୨୦ରେ ନିଜ ୪୫ତମ ଜନ୍ମ ଦିନ ପାଳନ କରିଛନ୍ତି । ସେ ୧୯ ନଭେମ୍ବର ୧୯୭୫ରେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ । ୧୯୯୪ର ଫିଲ୍ମ ‘ଦସ୍ତକ’ରେ ସୁସ୍ମିତା ବଲିଉଡରେ (Bollywood) ଡେବ୍ୟୁ କରିଥିଲେ । ଏହି ଚଳଚ୍ଚିତ୍ରରେ ସୁସ୍ମିତାଙ୍କ ସହ ମୁକୁଲ ଦେବ ଓ ଶରଦ କପୁର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଥିଲେ । ମହେଶ ଭଟ୍ଟଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ‘ଦସ୍ତକ’ ଯଦିଓ ବକ୍ସ ଅଫିସରେ କିଛି ବିଶେଷ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲା, ଏହି ଫିଲ୍ମରେ ସୁସ୍ମିତାଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିଲା । ଏହା ପରେ ସୁସ୍ମିତାଙ୍କ ବ୍ୟାଗରେ ‘ବିୱି ନଂ ୧’, ‘ସିର୍ଫ ତୁମ୍’, ‘ବସ୍ ଇତନା ସା ଖ୍ୱାବ୍ ହୈ’, ‘ଫିଲହାଲ୍’, ’ସମୟ’ ଓ ‘ମୈଁ ହୁଁ ନା’ ଭଳି ସୁପର ହିଟ୍ ଫିଲ୍ମ ଆସିଥିଲା । ନିକଟରେ ସୁସ୍ମିତାଙ୍କୁ ଏକ ୱେବ୍ ସିରିଜ୍ ‘ଆର୍ଯ୍ୟ’ରେ ଦେଖିବାକୁ ମିଳିଥିଲା, ଯାହାକୁ ଦର୍ଶକମାନେ ବହୁତ ପସନ୍ଦ କରିଥିଲେ । ସୁସ୍ମିତା ଏ ପର୍ଯ୍ୟନ୍ତ ବିବାହ କରିନାହାଁନ୍ତି, କିନ୍ତୁ ତାଙ୍କ ପାର୍ଟନର୍ ରୋହମାନ ଶଲଙ୍କ ସହ ତାଙ୍କ ବିବାହକୁ ନେଇ ଚର୍ଚ୍ଚା ଜାରି ରହିଛି । ସୁସ୍ମିତା ଏ ପର୍ଯ୍ୟନ୍ତ ବିବାହ କରି ନ ଥିଲେ ବି ସେ ନିଶ୍ଚିତ ଭାବରେ ମାତା ହୋଇଛନ୍ତି । ସେ ରିନେ ଓ ଏଲିଶା ନାମକ ଦୁଇଟି ଝିଅଙ୍କୁ ପୋଷ୍ୟ ନ୍ତାନ ଭାବେ ଗ୍ରହଣ କରି ଲାଳନ ପାଳନ କରିଆସୁଛନ୍ତି । ସୁସ୍ମିତା ସେନ (ସବୁ ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ @ sushmitasen47) ନିଜ ବୟଫ୍ରେଣ୍ଡ୍ ରୋହମନ୍ ଶଲ୍ଙ୍କ ସହ ସୁସ୍ମିତା ସେନ୍ (ସବୁ ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ @ sushmitasen47) ନିଜ ବୟଫ୍ରେଣ୍ଡ୍ ରୋହମନ୍ ଶଲ୍ଙ୍କ ସହ ସୁସ୍ମିତା ସେନ୍ ନିଜ ବୟଫ୍ରେଣ୍ଡ୍ ରୋହମନ୍ ଶଲ୍ଙ୍କ ସହ ସୁସ୍ମିତା ସେନ୍ (ସବୁ ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ @ sushmitasen47)