୪୫ ବର୍ଷର ହେଲେ ସୁସ୍ମିତା ସେନ୍; ତାଙ୍କର ଏହି ୧୦ଟି ଗ୍ଲାମରସ୍ ଫଟୋ ଭାଇରାଲ୍ ହେଉଛି
ସୁସ୍ମିତା ସେନ୍ (Sushmita Sen) ୪୫ ବର୍ଷ ବୟସରେ ପାଦ ଦେଇ ବି ଏତେ ଅଳ୍ପବୟସୀ ଦେଖାଯାଉଛନ୍ତି ଯେ ତାଙ୍କ ବୟସ କେହି ଅନୁମାନ କରିପାରିବେ ନାହିଁ । ଏହି ପ୍ରସିଦ୍ଧ ବଲିଉଡ୍ ଅଭିନେତ୍ରୀ ଏ ପର୍ଯ୍ୟନ୍ତ ବିବାହ କରିନାହାନ୍ତି ।

ନୂଆ ଦିଲ୍ଲୀ: ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ସୁସ୍ମିତା ସେନ୍ (Sushmita Sen) ନଭେମ୍ବର ୧୯ରେ ନିଜ ୪୫ତମ ଜନ୍ମ ଦିନ ପାଳନ କରିଛନ୍ତି । ସେ ୧୯ ନଭେମ୍ବର ୧୯୭୫ରେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ । ୪୫ ବର୍ଷ ବୟସରେ ପାଦ ଦେଇ ବି ସୁସ୍ମିତା ସେନ୍ ଏତେ ଅଳ୍ପବୟସୀ ଦେଖାଯାଉଛନ୍ତି ଯେ ତାଙ୍କ ବୟସ କେହି ଅନୁମାନ କରିପାରିବେ ନାହିଁ । ସୁସ୍ମିତାଙ୍କ ଜନ୍ମ ଦିନରେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ତାଙ୍କର ୧୦ଟି ଗ୍ଲାମରସ୍ ଫଟୋ ଦେଖନ୍ତୁ ।

ସୋସିଆଲ୍ ନେଟୱାର୍କିଂ ସାଇଟ୍ ଇନଷ୍ଟାଗ୍ରାମରେ ସୁସ୍ମିତା ବହୁତ ସକ୍ରିୟ ରହନ୍ତି । ସେଇଠି ନିଜ ସଦ୍ୟ ଫଟୋ ସେ ଶେୟାର କରୁଥା’ନ୍ତି ।

ଇନଷ୍ଟାଗ୍ରାମରେ ୫୬ ଲକ୍ଷରୁ ଅଧିକ ଲୋକ ସୁସ୍ମିତାଙ୍କୁ ଫଲୋ କରନ୍ତି । ସେହି କାରଣରୁ ତାଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଥାଏ ।

୧୯୯୪ର ଫିଲ୍ମ ‘ଦସ୍ତକ’ରେ ସୁସ୍ମିତା ବଲିଉଡରେ (Bollywood) ଡେବ୍ୟୁ କରିଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କ ସହ ମୁକୁଲ ଦେବ ଓ ଶରଦ କପୁର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଥିଲେ ।

ମହେଶ ଭଟ୍ଟଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ‘ଦସ୍ତକ’ ଯଦିଓ ବକ୍ସ ଅଫିସରେ କିଛି ବିଶେଷ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲା, ଏହି ଫିଲ୍ମରେ ସୁସ୍ମିତାଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିଲା ।

ଏହା ପରେ ସୁସ୍ମିତାଙ୍କ ବ୍ୟାଗରେ ‘ବିୱି ନଂ ୧’, ‘ସିର୍ଫ ତୁମ୍’, ‘ବସ୍ ଇତନା ସା ଖ୍ୱାବ୍ ହୈ’, ‘ଫିଲହାଲ୍’, ’ସମୟ’ ଓ ‘ମୈଁ ହୁଁ ନା’ ଭଳି ସୁପର ହିଟ୍ ଫିଲ୍ମ ଆସିଥିଲା ।

ନିକଟରେ ସୁସ୍ମିତାଙ୍କୁ ଏକ ୱେବ୍ ସିରିଜ୍ ‘ଆର୍ଯ୍ୟ’ରେ ଦେଖିବାକୁ ମିଳିଥିଲା, ଯାହାକୁ ଦର୍ଶକମାନେ ବହୁତ ପସନ୍ଦ କରିଥିଲେ ।

ସୁସ୍ମିତା ଏ ପର୍ଯ୍ୟନ୍ତ ବିବାହ କରିନାହାଁନ୍ତି, କିନ୍ତୁ ତାଙ୍କ ପାର୍ଟନର୍ ରୋହମାନ ଶଲଙ୍କ ସହ ତାଙ୍କ ବିବାହକୁ ନେଇ ଚର୍ଚ୍ଚା ଜାରି ରହିଛି ।

ସୁସ୍ମିତା ଏ ପର୍ଯ୍ୟନ୍ତ ବିବାହ କରି ନ ଥିଲେ ବି ସେ ନିଶ୍ଚିତ ଭାବରେ ମାତା ହୋଇଛନ୍ତି । ସେ ରିନେ ଓ ଏଲିଶା ନାମକ ଦୁଇଟି ଝିଅଙ୍କୁ ପୋଷ୍ୟ ନ୍ତାନ ଭାବେ ଗ୍ରହଣ କରି ଲାଳନ ପାଳନ କରିଆସୁଛନ୍ତି ।