ନିକଟରେ ସୁଶାନ୍ତ ସିଂ ରାଜପୁତଙ୍କ (Sushant Singh Rajput) ପିତା କେ.କେ. ସିଂ ତାଙ୍କ ପୁଅର ପୂର୍ବତନ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ (Ankita lokhande) ବିଷୟରେ ନିଜ ମୁହଁ ଖୋଲିଛନ୍ତି । ମୁମ୍ବାଇରେ ସୁଶାନ୍ତ ସିଂ ରାଜପୁତଙ୍କ ଅନ୍ତିମ ସଂସ୍କାର ପରେ ତାଙ୍କ ପରିବାରକୁ ଭେଟିବାକୁ ଅଙ୍କିତା ଆସିଥିଲେ । ସୁଶାନ୍ତ ଓ ଅଙ୍କିତା ଛଅ ବର୍ଷ ଡେଟିଂ କରିଥିଲେ, ଆଉ ୨୦୧୬ରେ ସେମାନଙ୍କର ବ୍ରେକଅପ୍ ହୋଇଯାଇଥିଲା । ସେମାନେ ବଲିଉଡର ଏକ ଷ୍ଟାର୍ ଦମ୍ପତି (Bollywood star couple) ହିସାବରେ ଅନେକଙ୍କର ପ୍ରିୟ ଥିଲେ ।