ବଲିଉଡର ବୋଲ୍ଡ ଅଭିନେତ୍ରୀ ସନ୍ନି ଲିଓନି (Sunny Leone) ପୁଣି ଥରେ ସୋସିଆଲ ମିଡିଆର ତାପମାତ୍ରା ବଢ଼ାଇ ଦେଇଛନ୍ତି । ସେ ଘନ ଜଙ୍ଗଲ ଭିତରେ ଏକ ନଦୀରେ ଡଙ୍ଗାରେ ଶୋଇଥିବା ଫଟୋ ଶେୟାର୍ କରିଛନ୍ତି, ଯାହା ପ୍ରଶଂସକଙ୍କୁ ଖୁବ୍ ଭଲ ଲାଗିଛି ।
ସନ୍ନି ଲିଓନି ପ୍ରତି ଦିନ କିଛି ନୂଆ କରୁଥିବା ଦେଖିବାକୁ ମିଳୁଛି । ସେ ଯାହା ବି କରନ୍ତି ତାକୁ ଏକ ଷ୍ଟାଇଲିସ୍ ଉପାୟରେ କରନ୍ତି ।
ସନ୍ନି ଲିଓନି ସୋସିଆଲ ମିଡି଼ଆରେ ନିଜର ଦକ୍ଷିଣ ଭାରତୀୟ ଲୁକ୍ ଶେୟାର କରିଛନ୍ତି, ଯାହା ତାଙ୍କ ପ୍ରଶଂସକମାନଙ୍କୁ ପାଗଳ କରିଛି । ସେ ଏବେ କେରଳରେ ସୁଟିଂ କରୁଛନ୍ତି ।
ଦକ୍ଷିଣ ଭାରତୀୟ ଅବତାରରେ ଫଟୋ ଶେୟାର୍ କରି ସନ୍ନି କ୍ୟାପସନରେ ଲେଖିଛନ୍ତି, ‘‘ମୁଁ ଈଶ୍ବରଙ୍କ ଦେଶ କେରଳକୁ ଭଲ ପାଏ ।’’ ତାଙ୍କ ପାଦରେ ଥିବା ସୁନା ଚେନ୍ ବହୁତ ସୁନ୍ଦର ଦିଶୁଛି ।
ସନ୍ନିଙ୍କ ପ୍ରଶଂସକମାନେ ତାଙ୍କ ଏହି ନୂଆ ରୂପକୁ ନେଇ ଉତ୍ସାହିତ ଥିବା ଓ ତାଙ୍କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି ।
ଏହା ପ୍ରଥମ ଘଟଣା ନୁହେଁ ଯେ ସନ୍ନିଙ୍କ ଫଟୋ ଚର୍ଚ୍ଚାରେ ଆସିଛି । ଏହା ପୂର୍ବରୁ ସନ୍ନି ଗୋଲାପୀ ଓ ନୀଳ ବିକିନିରେ ବହୁତ ସେକ୍ସି ଫଟୋ ଶେୟାର୍ କରି ସମସ୍ତଙ୍କ ନିଦ ହଜାଇଦେଇଥିଲେ ।
'ବିଗ୍ ବସ୍'ରେ ଅଂଶଗ୍ରହଣ କରିବା ପରେ ସନ୍ନି ଲିଓନ୍ ଲୋକପ୍ରିୟ ହୋଇଥିଲେ । ସେବେ ଠାରୁ ତାଙ୍କର ଲୋକପ୍ରିୟତା ହ୍ରାସ ପାଇନାହିଁ ।
ସନି ଲିଓନି ରିଆଲିଟି ଶୋ’ 'ସ୍ପ୍ଲିଟସଭିଲା' ପାଇଁ ସୁଟିଂରେ ବ୍ୟସ୍ତ ଅଛନ୍ତି ।ମାର୍ଚ୍ଚ ୬ରୁ ଏହି ଶୋ’ ଆରମ୍ଭ ହୋଇଛି ।
ବିକ୍ରମ ଭଟ୍ଟଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର 'ଅନାମିକା'ରେ ବି ସନ୍ନି କାମ କରୁଛନ୍ତି। ଗତ ଥର ସନ୍ନି ଲିଓନି କରିସ୍ମା ତମନ୍ନାଙ୍କ ସହ ୱେବ୍ ସିରିଜ୍ 'ବ୍ଲିଜ୍'ରେ ଅଭିନୟ କରିଥିଲେ।
ଜାଲିଆତି ଅଭିଯୋଗକୁ ନେଇ ସନ୍ନି ଲିଓନି ଗତ କିଛି ଦିନ ହେବ ହେଡଲାଇନ ସୃଷ୍ଟି କରୁଛନ୍ତି । ଜଣେ ବ୍ୟକ୍ତିଙ୍କୁ ସେ ଠକିଥିବା ଅଭିଯୋଗ ଆସିଥିଲା । ତା’ପରେ ଏହି ମାମଲା କେରଳ ହାଇ କୋର୍ଟକୁ ଯାଇଥିଲା ।
ସନ୍ନି ଲିଓନି କେତେକ ଫଟୋରେ ବାଥ୍ ଟବରେ ବସିଥିବାର ନଜର ଆସିଛନ୍ତି ।ସେ ଓଠରେ ଗୋଲାପୀ ଲିପଷ୍ଟିକ୍ ଲଗାଇଛନ୍ତି ।
ସନ୍ନି ଲିଓନଙ୍କର ଏହି ଫଟୋକୁ ଖୁବ୍ ପସନ୍ଦ ଓ ଶେୟାର କରାଯାଉଛି ।ସନ୍ନି ଇନଷ୍ଟାଗ୍ରାମରେ ନିଜର ବୋଲ୍ଡ ଫଟୋ ଶେୟାର୍ କରି ଚାଲିଛନ୍ତି ।
ସୋସିଆଲ୍ ମିଡି଼ଆରେ ସନ୍ନିଙ୍କ ପ୍ରଶଂସକମାନେ ତାଙ୍କ ସୌନ୍ଦର୍ଯ୍ୟକୁ ପ୍ରଶଂସା କରି କେବେ କ୍ଲାନ୍ତ ହୁଅନ୍ତି ନାହିଁ ।
ସନ୍ନି ଲିଓନିଙ୍କ ଫଟୋ ଯାହା ହେଉନା କାହିଁକି ପ୍ରଶଂସକମାନେ ତାଙ୍କୁ ଭଲ ପାଆନ୍ତି ।ସେଥି ପାଇଁ ସନ୍ନିଙ୍କ ପ୍ରତ୍ୟେକ ଫଟୋ ଭାଇରାଲ ହୁଏ ।
ଲୋକେ ସନ୍ନି ଲିଓନିଙ୍କ ଏହି ଫଟୋକୁ ଖୁବ୍ ପ୍ରଶଂସା କରୁଛନ୍ତି ।ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫଟୋଗୁଡ଼ିକୁ ଇନଷ୍ଟାଗ୍ରାମରେ ଚାରି ଲକ୍ଷରୁ ଅଧିକ ଥର ପସନ୍ଦ କରାଯାଇଛି ।