Bigg Boss ୧୪ରେ ଦକ୍ଷିଣ ଭାରତୀୟ ସିନେମାର ବୋଲ୍ଡ ଅଭିନେତ୍ରୀ ନିକ୍କି ରହିବେ
କଲର୍ସ ସେୟାର କରିଥିବା ଏକ ଭିଡିଓରେ ନିକ୍କି ସୁପରହିଟ୍ ଗୀତ ଦିଲବର-ଦିଲବରରେ ନାଚୁଥିବାର ନଜର ଆସିଛନ୍ତି । ପ୍ରମୋରେ ସେ ନିଜ ଗୋଡ଼ରେ ଏକ ଟାଟୁ ଦେଖାଉଛନ୍ତି । ବିଗ୍ ବସର ଏହି ସିଜିନ୍ ଆହୁରି ଆକର୍ଷଣୀୟ ହେବାକୁ ଯାଉଛି ।

ମୁମ୍ବାଇ: ବିଗ୍ ବସ୍ ୧୪ ସିଜିନ (Bigg Boss 14) ପାଇଁ ପ୍ରତୀକ୍ଷା ଆଜି ଶେଷ ହେବାକୁ ଯାଉଛି । ମନୋରଞ୍ଜନର ଦୁଇ ଗୁଣ ଡୋଜ ନେଇ ସଲମାନ ଖାନ (Salman Khan) ଶୋ’ର ପ୍ରତିଯୋଗୀମାନଙ୍କ ବିଷୟରେ ଦର୍ଶକଙ୍କୁ ଅବଗତ କରାଇବାକୁ ଯାଉଛନ୍ତି । ବିଗ୍ ବସ୍ ପ୍ରଶଂସକମାନେ ଏହି ଶୋ’ ପାଇଁ ବହୁତ ଉତ୍ସାହିତ ଅଛନ୍ତି । ସମସ୍ତେ ଜାଣିବାକୁ ଆଗ୍ରହୀ ଯେ ଏହି ସେଲିବ୍ରିଟିଙ୍କ ମଧ୍ୟରୁ କେଉଁମାନେ ଘରେ ରହିବେ ।

ନିକଟରେ କଲର୍ସର ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ଭିଡିଓ ସେୟାର କରାଯାଇଥିଲା । ସେଥିରେ ଦକ୍ଷିଣ ଭାରତୀୟ ସିନେମା ଅଭିନେତ୍ରୀ ନିକ୍କି ତାମ୍ବୋଲିଙ୍କ (Nikki Tamboli) ଝଲକ୍ ଦେଖାଯାଇଥିଲା ।

ବିଗ୍ ବସ୍ ୧୪ରେ କଞ୍ଚନା-୩ ଫେମ୍ ସାଉଥ ଇଣ୍ଡିଆନ୍ ସିନେମାର ହଟ୍ ଓ ବୋଲ୍ଡ ଅଭିନେତ୍ରୀ ନିକ୍କି ବି ଭାଗ ନେଉଛନ୍ତି ।

କଲର୍ସ ସେୟାର କରିଥିବା ଭିଡିଓରେ ନିକ୍କି ତମ୍ବୋଲି ନୋରା ଫତେହିଙ୍କ ସୁପରହିଟ୍ ଗୀତ ଦିଲବର-ଦିଲବରରେ ନାଚୁଥିବାର ନଜର ଆସିଛନ୍ତି ।

କଲର୍ସ ସେୟାର କରିଥିବା ଭିଡିଓରେ ନିକ୍କି ତମ୍ବୋଲି ନୋରା ଫତେହିଙ୍କ ସୁପରହିଟ୍ ଗୀତ ଦିଲବର-ଦିଲବରରେ ନାଚୁଥିବାର ନଜର ଆସିଛନ୍ତି ।