ବଲିଉଡ଼ (Bollywood) ଅଭିନେତ୍ରୀ ସୌନ୍ଦର୍ୟା ଶର୍ମା (Soundarya Sharma) ନିଜ ଫିଟନେସ୍ ଯୋଗୁଁ ହେଡଲାଇନ ସୃଷ୍ଟି କରି ଚାଲିଛନ୍ତି । ତାଙ୍କର ବୋଲ୍ଡ ଫଟୋଗୁଡ଼ିକ ସବୁ ବେଳେ ଆଲୋଚନାରେ ରହିଥାଏ । ନିକଟରେ ସୌନ୍ଦର୍ୟା ନିଜର କେତେକ ଫଟୋ ସୋସିଆଲ ମିଡି଼ଆରେ ଶେୟାର କରିଛନ୍ତି, ଯାହା ଉପରେ ଜବରଦସ୍ତ ଆଲୋଚନାରେ ହେଉଛି । ଏହି ଫଟୋଗୁଡ଼ିକରେ ସୌନ୍ଦର୍ୟା ଶର୍ମା ଏକ କଳା ବିକିନିରେ ନିଜର ସୁଗଠିତ ଶରୀରକୁ (curvy body) ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି । ଏହା ଦେଖିବା ପରେ ଅଭିନେତ୍ରୀଙ୍କ ପ୍ରଶଂସକମାନେ ଅନେକ ପଜିଟିଭ୍ ମନ୍ତବ୍ୟ ଦେଉଛନ୍ତି ।
ସୌନ୍ଦର୍ୟା ଶର୍ମା (Soundarya Sharma) କହିଛନ୍ତି ଯେ ସେ ସୁସ୍ଥ ରହିବାକୁ ପସନ୍ଦ କରନ୍ତି ଓ ନିଜକୁ ଫିଟ୍ ରଖିବା ପାଇଁ ସେ ପ୍ରତି ଦିନ ବ୍ୟାୟାମ (workout) କରନ୍ତି ।
୨୦୧୫ର ଫିଲ୍ମ ‘ମେରଠିଆ ଗ୍ୟାଙ୍ଗଷ୍ଟର୍ସ’ରୁ ନିଜ ଅଭିନୟ କରିଅର୍ ଆରମ୍ଭ କରିଥିବା ସୌନ୍ଦର୍ୟା (Soundarya Sharma) ନିଜକୁ ଫିଟ୍ ରଖିବା ପାଇଁ ଦୈନିକ ପ୍ରାୟ ୧୦ ମାଇଲ୍ ଦୌଡ଼ନ୍ତି । ଏହା ସେ ନିଜେ ପ୍ରକାଶ କରିଛନ୍ତି ।
ଏହା ପୂର୍ବରୁ ସୌନ୍ଦର୍ୟା ଶର୍ମା ନିଜ ବାଥଟବ୍ ଫଟୋସୁଟ ଦ୍ୱାରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ତାଙ୍କର ସେହି ଫଟୋସୁଟ୍ ଚର୍ଚ୍ଚାରେ ରହିଥିଲା ।