#NehuPreet: ହାତରେ ହାତ ଛନ୍ଦି ମୁମ୍ବାଇରେ ପହଞ୍ଚିଲେ ନେହା କକ୍କଡ଼ ଓ ପତି ରୋହନପ୍ରୀତ ସିଂ
ପ୍ରସିଦ୍ଧ ଗାୟିକା ନେହା କକ୍କଡ଼ଙ୍କ ସହ ଗାୟକ ରୋହନପ୍ରୀତ ସିଂଙ୍କ ବିବାହ କିଛି ଦିନ ଧରି ଚର୍ଚ୍ଚାରେ ଅଛି । ନେହାଙ୍କ ବୟସ ୩୨ ବର୍ଷ ଓ ତାଙ୍କ ସ୍ୱାମୀଙ୍କ ବୟସ ୨୫ ବର୍ଷ । ବିବାହ ପରେ ଦୁହେଁ ମୁମ୍ବାଇରେ ପହଞ୍ଚିଛନ୍ତି ।

ବଲିଉଡର ଅନ୍ୟତମ ସଫଳ ଗାୟିକା ନେହା କକ୍କଡ଼ (Neha Kakkar) ନିଜ ଜୀବନ ସାଥୀ ପାଇଯାଇଛନ୍ତି ଓ ଏବେ ସେ ଶ୍ରୀମତୀ ନେହା କକ୍କଡ଼ ହୋଇଯାଇଛନ୍ତି । ନେହା ପଞ୍ଜାବୀ ଗାୟକ ରୋହନପ୍ରୀତ ସିଂଙ୍କ (Rohanpreet Singh) ସହ ବିବାହ କରିଛନ୍ତି । ଧୁମ-ଧାମରେ ବିବାହ କରିବା ପରେ ଏହି ଦମ୍ପତି ମୁମ୍ବାଇରେ ପହଞ୍ଚିଛନ୍ତି । (ଫଟୋ- Viral Bhayani)

ନେହା ଓ ରୋହନପ୍ରୀତ ୨୪ ଅକ୍ଟୋବରରେ ଦିଲ୍ଲୀରେ ବିବାହ କରିଥିଲେ । ନେହା ତାଙ୍କ ବିବାହର ପ୍ରତ୍ୟେକ ଫଙ୍କସନରେ ବହୁତ ଖୁସି ଓ ସୁନ୍ଦର ଦେଖାଯାଉଥିଲେ । (ଫଟୋ - @ ନେହାକକ୍କଡ଼ / ଇନଷ୍ଟାଗ୍ରାମ)

ବିବାହ ପରେ ଏହି ଦମ୍ପତି ମୁମ୍ବାଇରେ ପହଞ୍ଚିଛନ୍ତି । ଦୁହେଁ ବଡ଼ ରୋମାଣ୍ଟିକ୍ ଶୈଳୀରେ ମୁମ୍ବାଇ ବିମାନ ବନ୍ଦରରେ ନଜର ଆସିଥିଲେ। (ଫଟୋ - Viral Bhayani)

#ନେହୁପ୍ରୀତ ବିମାନ ବନ୍ଦରରେ ପରସ୍ପରର ହାତ ଧରି ଚାଲୁଥିବା ନଜର ଆସିଥିଲେ । ନେହା ଏକ ଧଳା କ୍ରପଟପ୍ ଓ ପ୍ଲାଜୋ ପିନ୍ଧିଥିଲେ । (ଫଟୋ - Viral Bhayani)

ରୋହନପ୍ରୀତ ସିଂ ନେହାଙ୍କ ପୂର୍ବରୁ ଟିଭିର ରିଆଲିଟି ସୋ’ରେ ଶେହନାଜ ଗିଲଙ୍କ ସହ ବିବାହ କରିବାକୁ ପହଞ୍ଚିଥିଲେ । (ଫଟୋ - Viral Bhayani)