ବଲିଉଡରେ କାମ ମାଗିଲେ ପ୍ରଡ୍ୟୁସରମାନେ କହୁଥିଲେ ରାତିରେ ଆସି ଦେଖା କର: ଶେର୍ଲିନ୍ ଚୋପ୍ରା
ବଲିଉଡ ଅଭିନେତ୍ରୀ ଶେର୍ଲିନ୍ ଚୋପ୍ରା ହେଉଛନ୍ତି ପ୍ଲେବୟ ମାଗାଜିନ୍ ପାଇଁ ଫଟୋସୁଟ୍ କରିଥିବା ପ୍ରଥମ ଭାରତୀୟ ନାରୀ । ସେ ଏବେ ନିଜେ ନିର୍ମାତା ଓ କଣ୍ଟେଣ୍ଟ୍ କ୍ରିଏଟର୍ ହୋଇ OTT ପ୍ଲାଟଫର୍ମ ଲଞ୍ଚ୍ କରିଛନ୍ତି ।

କିଛି ବର୍ଷ ପୂର୍ବେ ବିଶ୍ୱପ୍ରସିଦ୍ଧ ପ୍ଲେବୟ ପତ୍ରିକାରେ (Playboy magazine) ନିଜର ନଗ୍ନ ଫଟୋସୁଟ୍ ପାଇଁ ଚର୍ଚ୍ଚାରେ ରହିଥିବା ବଲିଉଡ ହିରୋଇନ୍ ଶେର୍ଲିନ୍ ଚୋପ୍ରା (Sherlyn Chopra) ନିକଟରେ ନିଜର OTT ପ୍ଲାଟଫର୍ମ ଲଞ୍ଚ୍ କରିଛନ୍ତି । ଏହା ଫଛରେ ଥିବା ଆଶ୍ଚର୍ଯ୍ୟଜନକ କାରଣ ବି ସେ କହିଛନ୍ତି ।

ଶେର୍ଲିନ୍ ନିଜ OTT ପ୍ଲାଟଫର୍ମର ନାମ ‘ରେଡଶର୍’ (Redsher) ରଖିଛନ୍ତି । ଏହି OTT ପ୍ଲାଟଫର୍ମ ଲଞ୍ଚ କରିବା ବେଳେ ଶେର୍ଲିନ୍ କହିଛନ୍ତି, ‘‘ଯେତେବେଳେ ଆମେ ନିଜେ କାମର ସୁଯୋଗ ସୃଷ୍ଟି କରିପାରିବା, ଭିକ ମାଗିବା କାହିଁକି?’’

ଶେର୍ଲିନ୍ କହିଛନ୍ତି ଯେ ପ୍ରଥମେ ଯେତେବେଳେ ସେ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ କାମ ମାଗିବା ପାଇଁ ଭେଟୁଥିଲେ, ସେମାନେ ତାଙ୍କୁ ରାତ୍ରି ଭୋଜନରେ ବିଳମ୍ବିତ ରାତିରେ ସାକ୍ଷାତ କରିବାକୁ କହୁଥିଲେ । ‘‘ସେମାନଙ୍କ ଏହି କଥା ଶୁଣିଶୁଣି ମୁଁ ଏତେ ଥକି ପଡ଼ିଥିଲି ଯେ ମୁଁ ନିଜେ ନିର୍ମାତା ଓ କଣ୍ଟେଣ୍ଟ୍ କ୍ରିଏଟର୍ ହେବାକୁ ସ୍ଥିର କଲି । ମୁଁ ଆତ୍ମନିର୍ଭରଶୀଳ ହେବାରେ ବିଶ୍ୱାସ କରେ,’’ ସେ କହିଛନ୍ତି ।

ନିଜ OTT ପ୍ଲାଟଫର୍ମ ବିଷୟରେ ଶେର୍ଲିନ୍ କହିଛନ୍ତି ଯେ ରେଡଶେରର ଉଦ୍ଦେଶ୍ୟ ହେଉଛି ସବସ୍କ୍ରିପସନର ଉଚିତ୍ ଦାମରେ ବହୁ ପରିମାଣରେ ଭଲ ବିଷୟବସ୍ତୁ ଥିବା ସାମଗ୍ରୀ ପ୍ରଡ୍ୟୁସ୍ କରିବା ଓ ତାକୁ ପ୍ରଶଂସକଙ୍କ ନିକଟରେ ଉପଲବ୍ଧ କରାଇବା ।

‘‘ଏକ ଷ୍ଟ୍ରିମିଂ ପ୍ଲାଟଫର୍ମର ମାଲିକାଣୀ ଓ କଣ୍ଟେଣ୍ଟ୍ କ୍ରିଏଟର୍ ହିସାବରେ ମୁଁ ଏମିତି ବିଷୟବସ୍ତୁ ସୃଷ୍ଟି କରିବାକୁ ଚାହେଁ ଯାହା କେବଳ ଲୋକଙ୍କୁ ଭଲ ଲାଗିବ ତାହା ନୁହେଁ, ବରଂ ଲୋକଙ୍କ ପକେଟ ଉପରେ ଭାରୀ ପଡ଼ିବ ନାହିଁ,’’ ସେ କହିଛନ୍ତି ।