Shahid Kapoor Birthday: ଆଜି ବଲିଉଡର କ୍ୟୁଟ୍ ଓ ଚାର୍ମିଙ୍ଗ ଆକ୍ଟର ଶାହିଦ୍ କପୁରଙ୍କ ଜନ୍ମଦିନ (Shahid Kapoor Birthday) । ଶାହିଦ୍ କପୁର ଜଣେ ମହାନ ଡ୍ୟାନ୍ସର ତଥା ଜଣେ ଚମତ୍କାର ଅଭିନେତା । ଶାହିଦ୍ କପୁର ପୂର୍ବରୁ ନିଜର ଚକୋଲେଟ୍ ବଏ ଇମେଜ ପାଇଁ ପ୍ରସିଦ୍ଧ ଥିଲେ । ଏବେ ସେ ନିଜ ମସଲ୍ସ ଓ ଫିଜିକାଲ ଫିଟନେସ୍ ପାଇଁ ମଧ୍ୟ ଶୀର୍ଷରେ ଅଛନ୍ତି । ଫିଲ୍ମ 'କବୀର ସିଂ'ରେ ଶାହିଦ୍ କପୁରଙ୍କ ମାଚୋ ଲୁକକୁ ବହୁତ ପସନ୍ଦ କରାଯାଇଥିଲା । (କ୍ରେଡିଟ୍: ଇନଷ୍ଟାଗ୍ରାମ / ଶାହିଦକପୁର)
ବଦଳାଇ ଚାଲିଥାନ୍ତି ୱାର୍କଆଉଟ ପ୍ଲାନ
ଶାହିଦ୍ ସବୁବେଳେ ସମାନ ୱାର୍କଆଉଟ ଅନୁସରଣ କରନ୍ତି ନାହିଁ । ଶାହିଦ୍ କପୁର ମଧ୍ୟ ନିଜର ୱାର୍କଆଉଟ୍ ଷ୍ଟାଇଲ ପରୀକ୍ଷଣ ଜାରି ରଖିଛନ୍ତି । ପ୍ଲାକ୍, ପୁସ୍-ଅପ୍, ଡେଡ୍-ଲିଫ୍ଟ, କାର୍ଡିଓ ଓ ୱେଟ ଟ୍ରେନିଂ ପର୍ଯ୍ୟନ୍ତ ଶାହିଦ୍ ସପ୍ତାହରେ ୬ ଦିନ ୱାର୍କଆଉଟ୍ କରନ୍ତି । ସେ ପ୍ରତିଦିନ ୨ ଘଣ୍ଟା ୱାର୍କଆଉଟ୍ କରନ୍ତି । ଏହା ବ୍ୟତୀତ ସେ ବୋର୍ପିସ୍ ପରି ବଡିୱେଟ ୱାର୍କଆଉଟ କରିବାକୁ ମଧ୍ୟ ଚେଷ୍ଟା କରନ୍ତି । (କ୍ରେଡିଟ୍: ଇନଷ୍ଟାଗ୍ରାମ / ଶାହିଦକପୁର)