ଦେଶର ସର୍ବବୃହତ ବ୍ୟାଙ୍କ ଏସବିଆଇ ଏକ ସ୍ୱତନ୍ତ୍ର ସେବା ଆରମ୍ଭ କରିଛି । ଏହି ସେବା ମାଧ୍ୟମରେ ଆପଣଙ୍କୁ ଟଙ୍କା ଉଠାଇବା ପାଇଁ ଆଉ ବ୍ୟାଙ୍କ କିମ୍ବା ଏଟିଏମକୁ ଯିବାକୁ ପଡ଼ିବ ନାହିଁ । ବର୍ତ୍ତମାନ ଏଟିଏମ୍ ସ୍ୱୟଂଚାଳିତ ଭାବରେ ଆପଣଙ୍କର ଗୋଟିଏ କଲ ରେ ଆପଣଙ୍କ ଘର ଦ୍ୱାରରେ ପହଞ୍ଚିବ । ଏହା ଦ୍ୱାରା ବର୍ତ୍ତମାନର ଗ୍ରାହକମାନେ ଲମ୍ବା ଲାଇନର ଗଣ୍ଡଗୋଳ ଓ ନଗଦ ଟଙ୍କା ନଥିବା ଅସୁବିଧାରୁ ମୁକ୍ତି ପାଇ ପାରିବେ । ଜାଣନ୍ତୁ ଏହି ସେବାଟି କିପରି କାର୍ଯ୍ୟ କରିବ ଓ କେଉଁ ନମ୍ବରରେ ମେସେଜ କରିବାକୁ ପଡ଼ିବ।
"ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ (Lucknow) ଏସବିଆଇ ଡୋରଷ୍ଟେପ୍ ଏଟିଏମ୍ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । ଅଗଷ୍ଟ ୧୫ତାରିଖରୁ ଲକ୍ଷ୍ନୌରେ ଏହି ସେବା ଆରମ୍ଭ ହୋଇଛି । ବର୍ତ୍ତମାନ ଏସବିଆଇ ଗ୍ରାହକଙ୍କୁ କେବଳ ହ୍ବାଟସ ଆପରୁ ମେସେଜ୍ କିମ୍ବା ଆମକୁ କଲ କରିବାକୁ ପଡିବ । ଏହା ପରର ସମସ୍ତ କାର୍ଯ୍ୟ ଆମର ଦାୟିତ୍ୱ ଅଟେ.'' କହିଛନ୍ତି ଏସବିଆଇର ଲକ୍ଷ୍ନୌ ସର୍କଲର ମୁଖ୍ୟ ଜେନେରାଲ୍ ମ୍ୟାନେଜର ଅଜୟ କୁମାର ଖାନ୍ନା ।
ଦେଶର ବୃହତ୍ତମ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଏକ ନୂତନ ସେବା ଆରମ୍ଭ କରିଛି । ଏହା ଅଧୀନରେ ଥିବା ଗ୍ରାହକଙ୍କୁ ନିଜ ଘର ପାଖକୁ ଏଟିଏମ୍ ଆଣିବା ପାଇଁ ହ୍ବାଟସ ଆପରୁ କେବଳ ଗୋଟିଏ କଲ୍ କିମ୍ବା ମେସେଜ୍ କରିବାକୁ ପଡ଼ିବ। ଏଥିପାଇଁ SBI ଦୁଇଟି ନମ୍ବର ଜାରି କରିଛି (୭୦୫୨୯୧୧୯୧୧ ଓ ୭୭୬୦୫୨୯୧୬୪) । ଏହି ନମ୍ବରରେ କଲ କିମ୍ବା ହ୍ବାଟସ ଆପରୁ ମେସେଜ୍ କରିବା ମାତ୍ରେ କେବଳ କିଛି ସମୟ ପରେ ଏଟିଏମ୍ ମେସିନ୍ ଆପଣଙ୍କ ଘର ଦ୍ୱାରରେ ପହଞ୍ଚିବ । ବର୍ତ୍ତମାନ ଏହି ସେବା କେବଳ ଲକ୍ଷ୍ନୌରେ ଆରମ୍ଭ ହୋଇଛି ।