ସାରା ଅଲି ଖାନ୍ ନିଜ ଭାଇ ଇବ୍ରାହିମଙ୍କ ସହ ସୁନ୍ଦର ଫଟୋ ସେୟାର କଲେ, ଛୋଟ ବାର୍ତ୍ତା ଲେଖିଲେ
ଡ୍ରଗ୍ ମାମଲାରେ ନିଜ ନାଁ ଆସିବା ପରେ ଅଭିନେତ୍ରୀ ସାରା ଅଲି ଖାନ (Sara Ali Khan) ସୋସିଆଲ ମିଡ଼ିଆରୁ ଦୂରେଇ ରହୁଥିଲେ । ଏବେ ସେ ପୁଣି ସକ୍ରିୟ ହୋଇଛନ୍ତି । ନିଜ ଭାଇ ଇବ୍ରାହିମ ଅଲି ଖାନଙ୍କ (Ibrahim Ali Khan) ସହ କେତେକ ଫଟୋ ସେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।

ମୁମ୍ବାଇ: ଗତ କିଛି ସପ୍ତାହ ମଧ୍ୟରେ ଅଭିନେତ୍ରୀ ସାରା ଅଲି ଖାନଙ୍କ (Sara Ali Khan) ଜୀବନରେ ଅନେକ ଅସୁବିଧା ଆସିଛି । ଡ୍ରଗ୍ସ ମାମଲାରେ ତାଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ତଦନ୍ତର ସମ୍ମୁଖୀନ ହେବାକୁ ପଡ଼ିଲା, କିନ୍ତୁ ଏବେ ସେ ଏହି ସବୁ ଟେନସନରୁ ବାହାରି ଆସିଛନ୍ତି ।

ସାରା ଓ ତାଙ୍କ ଭାଇ ଇବ୍ରାହିମ ଅଲି ଖାନ (Ibrahim Ali Khan) ପାରମ୍ପାରିକ ଶୈଳୀରେ ଭାଇଚାରାର ଉତ୍ସବ ‘ଭାଇ ଦୁଜ୍’ ପାଳନ କରିଥିଲେ । ସାରା ନିଜ ଭାଇଙ୍କ ସହ କିଛି ଫଟୋ ସେୟାର କରିଛନ୍ତି । ସାରା ଏକ ନୀଳ ଓ ସୁନେଲୀ ରଙ୍ଗର ସୁଟ୍ ପିନ୍ଧିଥିବା ବେଳେ ଇବ୍ରାହିମ ଏକ କ୍ରିମ୍ ରଙ୍ଗର କୁର୍ତ୍ତା-ପାଇଜାମା ପିନ୍ଧିଥିଲେ । ପର୍ବ ଦିନ ଭାଇ ଓ ଭଉଣୀ ଏକତ୍ର ବହୁତ ଆକର୍ଷଣୀୟ ଦେଖାଯାଉଥିଲେ ।

ଏହି ଫଟୋଗୁଡ଼ିକ ସାରା ଅଲି ଖାନ ଓ ତାଙ୍କ ଭାଇ ଇବ୍ରାହିମ ଅଲି ଖାନଙ୍କ ମଧ୍ୟରେ ଦୃଢ଼ ବନ୍ଧନକୁ ଦର୍ଶାଉଛି । ଫଟୋଗୁଡ଼ିକୁ ସେୟାର କରିବା ସହିତ ସାରା ନିଜ ସମସ୍ତ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସାରା ଫଟୋ ସେୟାର କରି ଲେଖିଛନ୍ତି, ‘‘ସବୁ ଭାଇ ଓ ଭଉଣୀମାନଙ୍କୁ ‘ଭାଇ ଦୁଜ’ ପର୍ବର ଶୁଭକାମନା । ଇବ୍ରାହିମ, ମୁଁ ତୁମକୁ ବହୁତ ମିସ୍ କରୁଛି । ତୁମକୁ ହଇରାଣ କରିବା ପାଇଁ ମୁଁ ଆଉ ବେଶୀ ଅପେକ୍ଷା କରିପାରୁ ନାହିଁ!’’

ଡ୍ରଗ୍ ମାମଲାରେ ନିଜ ନାମ ଆସିବା ପରେ ସାରା ସୋସିଆଲ ମିଡ଼ିଆରୁ କିଛି ଦିନ ଦୂରେଇ ରହିଥିଲେ । ସେ କୌଣସି ପୋଷ୍ଟ ସେୟାର କରି ନ ଥିଲେ ।

ବର୍ତ୍ତମାନ ସାରା ପୂର୍ବ ପରି ସୋସିାଲ ମିଡ଼ିଆରେ ପୁଣି ସକ୍ରିୟ ଅଛନ୍ତି । ତେଣୁ ତାଙ୍କ ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି । ସାରା ଅଲି ଖାନ ନିଜ ଆଗାମୀ ଚଳଚ୍ଚିତ୍ର ‘ଅତରଙ୍ଗୀ’ରେ ନଜର ଆସିବେ ।