ବଲିଉଡ (Bollywood) ଅଭିନେତ୍ରୀ ସାରା ଅଲି ଖାନ ସୋସିଆଲ ମିଡିଆରେ (Sara Ali Khan) ବହୁତ ସକ୍ରିୟ ରହିଥାନ୍ତି । ବର୍ତ୍ତମାନ ସେ ମାଲଦ୍ୱୀପ ଛୁଟି (Maldives Vacation) କାଟୁଛନ୍ତି । ଏହି ଅଭିନେତ୍ରୀ ନିଜର ମାଲଦ୍ୱୀପ ଛୁଟିର କିଛି ଫଟୋ ସେୟାର କରିଛନ୍ତି ଯାହା ସୋସିଆଲ ମିଡିଆରେ ତୀବ୍ର ଗତିରେ ଭାଇରାଲ ହେବାରେ ଲାଗିଛି । (ଫଟୋ ସୌଜନ୍ୟ-@saraalikhan95/Instagram)

'କୁଲି ନମ୍ବର ୱାନ୍' ଫିଲ୍ମ ରିଲିଜ୍ ହେବା ଓ 'ଅତରଙ୍ଗୀ ରେ'ର ସୁଟିଂ ପରେ ସାରା ଅଲି ଖାନ୍ (Sara Ali Khan) ମାଲଦ୍ୱୀପ ଛୁଟିକୁ (Maldives Vacation) ଉପଭୋଗ କରୁଛନ୍ତି । ଫଟୋ ଗୁଡ଼ିକରେ ସାରା ସମୁଦ୍ର ଠିଆ ହୋଇ ପୋଜ୍ କରୁଥିବା ଦେଖାଯାଉଛନ୍ତି । (ଫଟୋ ସୌଜନ୍ୟ-@saraalikhan95/Instagram)

ସାରା ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଏକ ସ୍ନେହପୂର୍ଣ୍ଣ କ୍ୟାପସନ୍ ଲେଖିଛନ୍ତି । ଅଭିନେତ୍ରୀ ଲେଖିଛନ୍ତି, 'ଧୂଳି ମୋ ଆଙ୍ଗୁଠିକୁ ଓ ସୂର୍ଯ୍ୟଙ୍କ କରିଣ ମୋ ନାକକୁ ଚୁମ୍ବନ ଦେଉଛି ।' (ଫଟୋ ସୌଜନ୍ୟ-@saraalikhan95/Instagram)

ସାରା ଅଲି ଖାନ ଫଟୋରେ ପ୍ରିଣ୍ଟଏଡ଼ ଡ୍ରେସରେ ନଜର ଆସିଛନ୍ତି । ସାରାଙ୍କ ଏହି ଫଟୋ ଗୁଡ଼ିକ ଉପରେ ଜୋରଦାର କମେଣ୍ଟ ଆସୁଥିବାର ଦେଖାଯାଏ । (ଫଟୋ ସୌଜନ୍ୟ-@saraalikhan95/Instagram)

ନିଜର ଗୋଟିଏ ଫଟୋରେ ଅଭିନେତ୍ରୀ ସମୁଦ୍ର କୂଳରେ ବସିଥିବାର ନଜର ଆସିଛନ୍ତି । (ଫଟୋ ସୌଜନ୍ୟ-@saraalikhan95/Instagram)

ସାରା ଅଲି ଖାନ ୨୦୧୮ ରେ କେଦାରନାଥ ଫିଲ୍ମ ସହ ବଲିଉଡରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମରେ ସେ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ ନଜର ଆସିଥିଲେ । ଏହା ପରେ ସେ 'ଲଭ୍ ଆଜ୍ କଲ୍', 'ସିମ୍ବା' ଭଳି ବଡ଼ ବଡ଼ ଫିଲ୍ମରେ ଅଭିନୟ କରିଥିଲେ । (ଫଟୋ ସୌଜନ୍ୟ-@saraalikhan95/Instagram)

ସାରା ନିଜ ଭାଇ ଇବ୍ରାହିମଙ୍କ ସହ ମୁମ୍ବାଇରେ ରାତ୍ରୀ ଭୋଜନରୁ ଫେରୁଥିବାର ନଜର ଆସିଥିଲେ । ସେମାନଙ୍କୁ ଦେଖି ଜନତା ଘେରି ରହିଥିଲେ । ସାରା ତାଙ୍କୁ ବଡ ଭଉଣୀ ପରି ସୁରକ୍ଷା ଦେଉଥିବାର ଦେଖାଯାଇଥିଲା । (ଫଟୋ ସୌଜନ୍ୟ-@saraalikhan95/Instagram)