ସାରା ଅଲି ଖାନ୍ଙ୍କ ବିକିନି ଅବତାରର ଏହି ୧୦ଟି ଫଟୋ ଇଣ୍ଟରନେଟ୍ରେ ହଙ୍ଗାମା ସୃଷ୍ଟି କରୁଛି
ଅକ୍ଷୟ କୁମାରଙ୍କ ସହ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଅତରଙ୍ଗୀ ରେ’ରେ (Atrangi Re) ଜଲ୍ଦି ନଜର ଆସିବେ ସାରା ଅଲି ଖାନ୍ (Sara Ali Khan)। ତାଙ୍କୁ ଶେଷ ଥର ପାଇଁ ‘କୁଲି ନଂ ୧’ ଫିଲ୍ମରେ ବରୁଣ ଧାୱନଙ୍କ ସହ ଦେଖିବାକୁ ମିଳିଥିଲା ।

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ସାରା ଅଲି ଖାନଙ୍କ (Sara Ali Khan) କିଛି ଫଟୋ ଏବେ ସୋସିଆଲ୍ ମିଡିଟଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ସେଥିରେ ତାଙ୍କୁ ବିକିନି ଅବତାରରେ ଦେଖିବାକୁ ମିଳୁଛି ।

ସାରା ଛୁଟି କାଟିବାକୁ ମାଳଦ୍ୱୀପ ଯାଆନ୍ତି ଓ ସେ କେବେ ନିଜ ଛୁଟି ଦିନର ଫଟୋ ଶେୟାର କରିବାକୁ ଭୁଲନ୍ତି ନାହିଁ । ଯଦିଓ ଏହି ଫଟୋଗୁଡ଼ିକ ଟିକେ ପୁରୁଣା, ହେଲେ ସାରା ସେଗୁଡ଼ିକୁ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଶେୟାର କରିଛନ୍ତି ।

ଏହି ଫଟୋଗୁଡ଼ିକରେ ସାରା ବିକିନିରେ ନଜର ଆସିଛନ୍ତି । ଇନଷ୍ଟାଗ୍ରାମରେ ସାରା ଅଲି ଖାନଙ୍କ ପ୍ରଶଂସକମାନେ ଫଟୋଗୁଡ଼ିକୁ ଖୁବ୍ ପସନ୍ଦ କରିଛନ୍ତି ।

ସାରା ଅଲି ଖାନ ଇନଷ୍ଟାଗ୍ରାମ ମାଧ୍ୟମରେ ନିଜ ପ୍ରଶଂସକମାନଙ୍କ ସହିତ କ୍ରମାଗତ ଭାବରେ ଯୋଡ଼ି ହୋଇ ରହିଥା’ନ୍ତି । ସେ ଏହି ପ୍ଲାଟଫର୍ମ ମାଧ୍ୟମରେ ନିଜ ବିଷୟରେ ଫ୍ୟାନମାନଙ୍କୁ ଅପଡେଟ୍ ଦିଅନ୍ତି ।

ସାରା ଅଲି ଖାନଙ୍କୁ ଶେଷ ଥର ପାଇଁ ‘କୁଲି ନଂ ୧’ ଫିଲ୍ମରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ ସେ ପ୍ରଥମ ଥର ପାଇଁ ବରୁଣ ଧାୱନଙ୍କ ସହ ନଜର ଆସିଥିଲେ।

ସାରାଙ୍କ ‘କୁଲି ନମ୍ବର ୧’ OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିଥିଲା । ଏହି ଫିଲ୍ମଟି ଦର୍ଶକଙ୍କର ପ୍ରିୟ ଫିଲ୍ମ ହୋଇପାରିଥିଲା ।