କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ନେତା ଅମିତ ଶାହା, ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଓ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମାଙ୍କ ସହ ବିଜେପି ନେତା ସମ୍ବିତ ପାତ୍ରଙ୍କ ଭୋଜନ ସମୟର ଫୋଟ ଭାଇରାଲ ହେଉଛି। ଭାରତର ଜନତା ପାର୍ଟି ପ୍ରାର୍ଥୀ ଶ୍ୟାମ ସିଂଙ୍କ ବାସଭବନରେ ମଧ୍ୟାହ୍ନ ଭୋଜନ ଆୟୋଜିତ ହୋଇଥିଲା। ସମସ୍ତ ନେତା ପାରମ୍ପାରିକ ଉତ୍ତର-ପୂର୍ବ ଭାରତୀୟ ଥାଲି ଉପଭୋଗ କରିଥିଲେ। ଖାଇବା ସମୟର ଏହି ସୁନ୍ଦର ମୁହୂର୍ତ୍ତର ଫୋଟକୁ ବିଜେପି ନେତା ସମ୍ବିତ ପାତ୍ର ଓ ମୁଖ୍ୟମନ୍ତ୍ରୀ ଏନ ବି ବିରେନ ନିଜ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି।