ଡିସେମ୍ବର ୨୭ ତାରିଖରେ ବଲିଉଡର ଦବଙ୍ଗ ସଲମାନ ଖାନ (Salman Khan) ନିଜ ୫୫ତମ ଜନ୍ମ ଦିନ ପାଳନ କରୁଥିବା ଦେଖିବାକୁ ମିଳିଥିଲା । ୧୯୬୫ ମସିହାରେ ଏହି ତାରିଖରେ ସେ ମଧ୍ୟ ପ୍ରଦେଶର ଇନ୍ଦୋରରେ ଜନ୍ମ ଗ୍ରହଣ କରିଥିଲେ । ଏହି ସମୟରେ ସଲମାନଙ୍କ ସହ ଜଡ଼ିତ ଏପରି ଏକ ଖବର ବାହାରିଲା ଯାହା ପଢ଼ିବା ପରେ ଅନେକ ନିରାଶ ହୋଇଥିଲେ । ବାସ୍ତବରେ ସଲମାନଙ୍କ ଜନ୍ମ ଠାରୁ ଆରମ୍ଭ କରି ତାଙ୍କ ଫିଲ୍ମ ‘ମୈଁ ନେ ପ୍ୟାର କିୟା’ ପର୍ଯ୍ୟନ୍ତ ସର୍ବଦା ତାଙ୍କ ସହ ଥିବା ବ୍ୟକ୍ତି ଆଜି ଭୋପାଳରେ ଦାରିଦ୍ର୍ୟର ଜୀବନ ଅତିବାହିତ କରୁଛନ୍ତି ।