ପୂରା ଗୋଟେ ମାସ ଜେଲରେ ରହିବା ପରେ ଜାମିନ୍ ପାଇ ବାହାରକୁ ବାହାରିଲେ ରିୟା ଚକ୍ରବର୍ତ୍ତୀ
ଡ୍ରଗ୍ସ ମାମଲାରେ ଗିରଫ ହେବାର ମାସକ ପରେ ବଲିଉଡ୍ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ (Rhea Chakraborty) ଜାମିନ ପାଇଛନ୍ତି । ନିମ୍ନ ଅଦାଲତରେ ଦୁଇ ଥର ତାଙ୍କ ଜାମିନ୍ ଆବେଦନ ଖାରଜ ହେବା ପରେ ସେ ହାଇ କୋର୍ଟରେ ଆବେଦନ କରିଥିଲେ ।

ବଲିଉଡ୍ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ (Rhea Chakraborty) ପୂରା ଗୋଟେ ମାସ ଜେଲରେ ରହିବା ପରେ ଜାମିନ ପାଇଛନ୍ତି ଓ ମୁମ୍ବାଇର ଭାୟଖାଲା ଜେଲରୁ ବାହାରକୁ ଆସିଛନ୍ତି । ସେପ୍ଟେମ୍ବର ୮ରେ ସୁଶାନ୍ତ ସିଂ ରାଜପୁତ (Sushant Singh Rajput) ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ସ ଲିଙ୍କ ତଦନ୍ତ ପରେ ତାଙ୍କୁ ଏନସିବି (NCB) ଗିରଫ କରିଥିଲା। ଏହା ପରେ ବର୍ତ୍ତମାନ ସେମାନଙ୍କୁ ଜାମିନ ମିଳିଛି ।

ରିୟାଙ୍କ ଜାମିନ ଆବେଦନ ଉପରେ ବମ୍ବେ ହାଇ କୋର୍ଟ (Bombay High Court) ବିଚାର କରି ତାଙ୍କୁ ଜେଲରୁ ବାହାରକୁ ଆସିବାର ଅନୁମତି ଦେଇଛନ୍ତି । ଏହା ପୂର୍ବରୁ ନିମ୍ନ ଅଦାଲତରେ ରିୟାଙ୍କ ଜାମିନ୍ ଆବେଦନ ଦୁଇ ଥର ଖାରଜ ହୋଇଥିଲା । ତା’ପରେ ସେ ହାଇ କୋର୍ଟରେ ଆବେଦନ କରିଥିଲେ ।

ଏହି ଡ୍ରଗ୍ସ ମାମଲାରେ (Bollywood drugs case) ରିୟାଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତୀ (Souvik Chakraborty), ଅବଦୁଲ ବସିତ ପରିହାର, ଦୀପେଶ ସାୱନ୍ତ ଓ ସାମୁଏଲ ମିରାଣ୍ଡାଙ୍କ ଜାମିନ ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ସେମାନେ ଏବେ ଜେଲରେ ରହିବେ ଓ ପୁଣି ଥରେ ଜାମିନ ପାଇଁ ଆବେଦନ କରିବେ ।

ମାସେ ପରେ ବାହାରକୁ ବାହାରିଥିବା ରିୟାଙ୍କର ଏକ ଭିଡିଓ ଆସିଛି । ଏହି ଭିଡିଓ ସେ ଜେଲରୁ ବାହାରିବା ବେଳର । ହେଲେ ଏଥିରେ ରିୟାଙ୍କ ମୁହଁ ଦେଖାଯାଇ ନ ଥିଲା ।

ତାଙ୍କ କାର୍ ଜେଲରୁ ବାହାରୁଥିବା ଦେଖିବାକୁ ମିଳିଥିଲା । ଏହି ସମୟରେ ତାଙ୍କ କାର୍ ଚାରି ପାଖରେ ଗଣମାଧ୍ୟମ କର୍ମୀଙ୍କ ଭିଡ଼ ଦେଖା ଦେଇଥିଲା ।

ତାଙ୍କ କାର୍ ଜେଲରୁ ବାହାରୁଥିବା ଦେଖିବାକୁ ମିଳିଥିଲା । ଏହି ସମୟରେ ତାଙ୍କ କାର୍ ଚାରି ପାଖରେ ଗଣମାଧ୍ୟମ କର୍ମୀଙ୍କ ଭିଡ଼ ଦେଖା ଦେଇଥିଲା ।