Rani Mukerji Birthday: ରାଣୀ ମୁଖାର୍ଜୀ ୪୩ ବର୍ଷ ବୟସରେ ମଧ୍ୟ ଦେଖାଯାନ୍ତି ୟଙ୍ଗ ଓ ଫିଟ୍; ଜାଣନ୍ତୁ ଏହାର ସିକ୍ରେଟ
Rani Mukerji Birthday: ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀମାନଙ୍କ ମଧ୍ୟରେ ଅନ୍ୟତମ ରାଣୀ ମୁଖାର୍ଜୀ କେବଳ ନିଜ ଅଭିନୟ ପାଇଁ ଜଣାଶୁଣା ନୁହଁନ୍ତି ବରଂ ସେ ନିଜ ଫିଟନେସ୍ ଓ ଫ୍ୟାଶନ୍ ପାଇଁ ଇଣ୍ଡଷ୍ଟ୍ରିରେ ମଧ୍ୟ ପ୍ରସିଦ୍ଧ । କେବଳ ରାଣୀ ମୁଖାର୍ଜୀଙ୍କ ଅଭିନୟକୁ ନେଇ ଲୋକମାନେ ପାଗଳ ନୁହଁନ୍ତି ବରଂ ଲୋକମାନେ ତାଙ୍କ ଷ୍ଟାଇଲ୍ ଷ୍ଟେଟମେଣ୍ଟ ଓ ଚମକପ୍ରଦ ଚେହେରା ପ୍ରତି ମଧ୍ୟ ଆକର୍ଷିତ ହୁଅନ୍ତି । ରାଣୀଙ୍କ ଫିଟନେସ୍ ଓ ସୌନ୍ଦର୍ଯ୍ୟ ବିଷୟରେ କହିବାକୁ ଗଲେ ୪୩ ବର୍ଷ ବୟସରେ ମଧ୍ୟ ସେ ସଂପୂର୍ଣ୍ଣ ୟଙ୍ଗ, ଫିଟ୍ ଓ ଆକର୍ଷଣୀୟ ଦେଖାଯାନ୍ତି । ଆଜି ରାଣୀ ମୁଖାର୍ଜୀଙ୍କ ଜନ୍ମଦିନ । ଏହି ଅବସରରେ ଆମେ ଆପଣଙ୍କୁ ତାଙ୍କ ଫିଟନେସ୍ ଓ ସୌନ୍ଦର୍ଯ୍ୟର ସିକ୍ରେଟ କହୁଛୁ ।

ଡସ୍କି ବ୍ୟୁଟି ରାଣୀ ମୁଖାର୍ଜୀ ନିଜ ଫିଟନେସ୍ ଓ ସ୍କିନର ଅନେକ ଯତ୍ନ ନିଅନ୍ତି । ତାଙ୍କ ଖାଦ୍ୟରେ ଏପରି କିଛି ଜିନିଷ ସାମିଲ ଅଛି ଯାହା ତାଙ୍କ ଓଜନର ସନ୍ତୁଳନ ବଜାୟ ରଖିବା ସହିତ ତାଙ୍କୁ ୟଙ୍ଗ ଓ ସୁସ୍ଥ ରଖିଥାଏ ।

ସୋସିଆଲ ମିଡିଆ ଓ ଟିଭି ସାକ୍ଷାତକାରରେ ରାଣୀ ଅନେକ ଥର କହିଛନ୍ତି ଯେ ସେ ନିଜକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ ଯୋଗ କରନ୍ତି । ଏହିପରି ଭାବରେ ସେ ତାଙ୍କର ରୋଗ ପ୍ରତିରୋଧକ ଶକ୍ତିକୁ ଶକ୍ତିଶାଳୀ କରନ୍ତି ଯାହା ଦ୍ୱାରା ରୋଗ ତାଙ୍କଠାରୁ ଦୂରରେ ରହିପାରିବ । ସେ ପ୍ରତିଦିନ ସୂର୍ଯ୍ୟ ନମସ୍କାର ଓ କପଲବତୀ ଯୋଗାସନ କରନ୍ତି । ତାଙ୍କ କହିବାନୁସାରେ ଯୋଗ ଆପଣଙ୍କୁ କେବଳ ମାନସିକ ଓ ଶାରୀରିକ ସ୍ତରରେ ଫିଟ୍ ରଖେ ନାହିଁ ବରଂ ଏହା କରିବା ଦ୍ୱାରା ଚେହେରା ମଧ୍ୟ ଚମକ ଆଣିଥାଏ । ଶରୀରର ରକ୍ତ ସଞ୍ଚାଳନ ମଧ୍ୟ ସଠିକ୍ ରହିଥାଏ ।<br />

ରାଣୀ ଫିଟ୍ ରହିବା ପାଇଁ ପାଣି ସହିତ ଲେମ୍ବୁ ପାଣି, ନଡ଼ିଆ ପାଣି, ଆଲୋ ଭେରା ରସ ମଧ୍ୟ ସେବନ କରନ୍ତି । ସେ ଫିଟନେସ୍ ଓ ସୌନ୍ଦର୍ଯ୍ୟ ପାଇଁ ମାଛ ଭାତ ମଧ୍ୟ ଖାଇଥାନ୍ତି । ଏହା ବ୍ୟତୀତ ସେ ସକାଳେ ଗ୍ରୀନ୍ ଟି, ମଧ୍ୟାହ୍ନ ଭୋଜନରେ ଷ୍ଟିମ୍ଡ଼ ପନିପରିବା ଓ ରାତ୍ରୀ ଭୋଜନରେ ସାଲାଡ଼ ଖାଇଥାନ୍ତି ।<br />

ରାଣୀଙ୍କ କେଶ ବହୁତ ସିଲ୍କି, ସିଧା, କଳା ଓ ମୋଟା ଦେଖାଯାଏ ଏବଂ ଏହାର ରହସ୍ୟ ହେଉଛି କେଶରେ ନିୟମିତ ତେଲ ଲଗାଇବା । ସେ ନିଜ କେଶରେ ଅଧିକ ପରୀକ୍ଷଣ କରିବାକୁ ପସନ୍ଦ କରନ୍ତି ନାହିଁ । ରାଣୀଙ୍କ ଚମକୁଥିବା ଚର୍ମର ରହସ୍ୟ ହେଉଛି ଅତ୍ୟଧିକ ପାଣି ପିଇବା । ସୁସ୍ଥ ସ୍କିନ ପାଇଁ ସେ ନିଶ୍ଚିତ ଭାବରେ ପ୍ରତିଦିନ ୭ ରୁ ୮ ଗ୍ଲାସ୍ ପାଣି ପିଅନ୍ତି । ତାଙ୍କ କହିବାନୁସାରେ ପାନୀୟ ଜଳ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିଥାଏ । ଏହା ଚର୍ମକୁ ଚମକାଇଥାଏ । ଶରୀର ମଧ୍ୟ ହାଇଡ୍ରେଟେଡ୍ ରହିଥାଏ ।<br />

ସ୍କିନକୁ ସୁସ୍ଥ, ନରମ ଓ ଯୁବା ରଖିବା ପାଇଁ ରାଣୀ କ୍ଲିଜିଙ୍ଗ ଓ ମଶ୍ଚରାଇଜିଂ କରନ୍ତି । କ୍ଲିଜିଙ୍ଗ କରିବା ଦ୍ୱାରା ସ୍କିନର ଚମକ ବଢିଥାଏ । ସେ କେବେବି ମେକଅପ୍ ନ ହଟାଇ ରାତିରେ ଶୋଇ ନ ଥାନ୍ତି ।<br />