ଗ୍ଲାମରସ୍ ଷ୍ଟାଇଲରେ ମାଳଦ୍ୱୀପରେ ଛୁଟି ବିତାଉଛନ୍ତି ଅଭିନେତ୍ରୀ ରାକୁଲ ପ୍ରୀତ ସିଂ
ଛୁଟି ଦିନ ଦେହ ଓ ମନରେ ଆଣିଦିଏ ଜବରଦସ୍ତ ଫୁର୍ତ୍ତି । ଏବେ ଏମିତି ଛୁଟି ବିତେଇବାର ଅବସର ପାଇଛନ୍ତି ବଲିଉଡ୍ ଅଭିନେତ୍ରୀ ଅଭିନେତ୍ରୀ ରାକୁଲ ପ୍ରୀତ ସିଂ (Rakul Preet Singh) । ତାଙ୍କ ଫଟୋଗୁଡ଼ିକୁ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଖୁବ୍ ପସନ୍ଦ କରୁଛନ୍ତି ।

‘ଦେ ଦେ ପ୍ୟାର ଦେ’ ଫିଲ୍ମରୁ ଖ୍ୟାତି ପାଇଥିବା ଅଭିନେତ୍ରୀ ରାକୁଲ ପ୍ରୀତ ସିଂ (Rakul Preet Singh) ବର୍ତ୍ତମାନ ମାଳଦ୍ୱୀପରେ (Maldives) ଅଛନ୍ତି । ସେଠି ସେ ନିଜ ପରିବାର ସହିତ ଛୁଟି କଟାଉଛନ୍ତି ।

ସୋସିଆଲ ମିଡ଼ିଆରେ ରାକୁଲ ବହୁତ ସକ୍ରିୟ ଅଛନ୍ତି । ଆଜିକାଲି ସେ ନିଜ ଇନଷ୍ଟାଗ୍ରାମରେ ଛୁଟି ଦିନର ଫଟୋ ସେୟାର କରୁଛନ୍ତି ।

ରାକୁଲଙ୍କ ଆକର୍ଷଣୀୟ ଷ୍ଟାଇଲ୍ ଏହି ଫଚୋଗୁଡ଼ିକରେ ଦେଖାଯାଉଛି । ଫଟୋଗୁଡ଼ିକୁ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକଙ୍କୁ ପସନ୍ଦ କରିଛନ୍ତି । (ସବୁ ଫଟୋ: ରାକୁଲ ପ୍ରୀତ ସିଂଙ୍କ ଇନଷ୍ଟାଗ୍ରାମରୁ)

ରାକୁଲ ଅଣ୍ଡରୱାଟର ଡାଇଭିଂ କରୁଥିବା ବି ଦେଖିବାକୁ ମିଳିଛି । ସେ ଏହି ଫଟୋର କ୍ୟାପସନରେ ଲେଖିଛନ୍ତି, ‘‘ପାଣି ଭିତରକୁ ଯିବାର ଅଭିଜ୍ଞତା ବହୁତ ସୁନ୍ଦର । ପାଣି ଭିତରକୁ ଯାଇ ମୁଁ ଅନୁଭବ କଲି ଯେ ପୃଥିବୀର ତିନି-ଚତୁର୍ଥାଂଶ କେତେ ସୁନ୍ଦର ଓ ଆମେ ଏହା ବିଷୟରେ କେତେ କମ୍ ଜାଣୁ!’’

ଏକ ଫଟୋରେ ରାକୁଲ ନିଜ ଭାଇଙ୍କ ସହ ନଜର ଆସିଛନ୍ତି । ସେ ଏକ ମଜାଦାର କ୍ୟାପସନ୍ ସହିତ ଏହି ଫଟୋ ପୋଷ୍ଟ କରିଛନ୍ତି । ରାକୁଲ ଲେଖିଛନ୍ତି, ‘‘ସୂର୍ଯ୍ୟାସ୍ତ, ଜଳାଶୟ ଓ ସାଙ୍ଗରେ ଏହି ଫୁଲ!’’

ରାକୁଲଙ୍କ ଆଗାମୀ ପ୍ରକଳ୍ପ ଖୁବ୍ ଶୀଘ୍ର ଆସୁଛି । ସେ ଅମିତାଭ ବଚ୍ଚନ ଓ ଅଜୟ ଦେବଗନଙ୍କ ସହ ‘ମେ ଡେ’ ନାମକ ଏକ ଫିଲ୍ମରେ ନଜର ଆସିବେ ।

ଖୁବ୍ ଶୀଘ୍ର ରାକୁଲଙ୍କୁ ‘ଇଣ୍ଡିଆନ୍-୨’ ଫିଲ୍ମରେ ବି ଦେଖିବାକୁ ମିଳିବ । ସେ କନ୍ନଡ ଫିଲ୍ମ ‘ଗିଲି’ରୁ ନିଜ ଚଳଚ୍ଚିତ୍ର ଯାତ୍ରା ଆରମ୍ଭ କରିଥିଲେ ।

ରାକୁଲ ୨୦୧୪ର ଫିଲ୍ମ ‘ୟାରିୟାଁ’ରେ ବଲିଉଡରେ ଡେବ୍ୟୁ କରିଥିଲେ । ୨୦୧୯ର ଫିଲ୍ମ ‘ଦେ ଦେ ପ୍ୟାର ଦେ’ରେ ତାଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିଲା । (ଫଟୋ: ରାକୁଲ ପ୍ରୀତ ସିଂଙ୍କ ଇନଷ୍ଟାଗ୍ରାମରୁ)

ରାକୁଲଙ୍କ ଏହି ଫଟୋଗୁଡ଼ିକ ଦେଖି ଆପଣ ବି ନିଶ୍ଚୟ ଭ୍ରମଣ କରିବାକୁ ମନ କରିବେ । (ସବୁ ଫଟୋ: ରାକୁଲ ପ୍ରୀତ ସିଂଙ୍କ ଇନଷ୍ଟାଗ୍ରାମରୁ)