Big Boss14: ବିବାହ ଆଗରୁ ରାଖୀ ସାୱନ୍ତଙ୍କୁ ଧମକ ମିଳୁଥିଲା, ତେଣୁ ସେ ଅର୍ଜେଣ୍ଟରେ ବିବାହ କଲେ
‘‘ଯେମିତି ଲୋକେ ଅର୍ଜେଣ୍ଚରେ ସପିଙ୍ଗ୍ ପାଇଁ ଯାଆନ୍ତି ଓ ଅର୍ଜେଣ୍ଟରେ ବ୍ରେକ୍-ଅପ୍ କରନ୍ତି, ସେମିତି ମୁଁ ଅର୍ଜେଣ୍ଟରେ ବିବାହ କରିଥିଲି ।… ମୁଁ ନା ତାଙ୍କୁ ଦେଖିଲି ନା ତାଙ୍କ ସହ କଥା ହେଲି । ମୁଁ କେବଳ ତାଙ୍କ ବ୍ୟାଙ୍କ ବାଲାନ୍ସ ଦେଖିଲି,’’ କହିଛନ୍ତି ରାଖୀ (Rakhi Sawant) ।

<strong>ମୁମ୍ବାଇ</strong><strong>: </strong>କାମ୍ୟା ପଞ୍ଜାବୀଙ୍କ (Kamya Punjabi) ଦ୍ୱାରା ଆରମ୍ଭ ହୋଇଥିବା ରିଆଲିଟି ସୋ ବିଗ୍ ବସ୍ ୧୪ର (Bigg Boss 14) ଏପିସୋଡ଼ ସ୍ୱତନ୍ତ୍ର ଥିଲା । ସଲମାନ ଖାନଙ୍କ (salman Khan) ବଦଳରେ କାମ୍ୟା ପଞ୍ଜାବୀ ଏହି ଶୋ’ର ହୋଷ୍ଟ ଥିଲେ । ଏହି ଏପିସୋଡ଼ରେ ନିଜକୁ 'ମିଡି଼ଆର ଝିଅ' ବୋଲି କହୁଥିବା ରାଖୀ ସାୱନ୍ତ (Rakhi Sawant) ଏକ ସାମ୍ବାଦିକ ସମ୍ମିଳନୀରେ ମିଡି଼ଆର ପ୍ରଶ୍ନର ସମ୍ମୁଖୀନ ହୋଇଥିଲେ । ଏହି ସମୟରେ ସେ କେବଳ ପ୍ରଶ୍ନର ଉତ୍ତର ଦେଇ ନ ଥିଲେ, ବରଂ ଗଣମାଧ୍ୟମର ବହୁତ ମନୋରଞ୍ଜନ ବି କରିଥିଲେ । (ଫଟୋ କ୍ରେଡିଟ୍- @ rakhisawant2511 / Instagram)

ରାଖୀ ସାୱନ୍ତଙ୍କୁ ପଚରାଯାଇଥିଲା ସେ କାହିଁକି ନିଜ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି ଓ ସେ ପ୍ରକୃତରେ ବିବାହିତା କି ନା । ଉତ୍ତରରେ ରାଖୀ କହିଥିଲେ ଯେ ସେ ନିଜ ବିବାହ ବିଷୟରେ ଏକ ବଡ଼ ରହସ୍ୟ ଖୋଲିବାକୁ ଯାଉଛନ୍ତି । ସେ କହିଥିଲେ ଯେ ସେ ବିବାହିତା, କିନ୍ତୁ ଏହା ପଛରେ ଏକ ବଡ଼ କାରଣ ରହିଛି ।

‘‘ମୁଁ ଜଣେ ବିବାହିତା ନାରୀ । ମୁଁ ମୋ ସ୍ୱାମୀଙ୍କୁ ଅପେକ୍ଷା କରିଛି । ମୋ’ ଜୀବନରେ କିଛି ସମସ୍ୟା ଥିଲା, ଯେଉଁଥି ପାଇଁ ମୋତେ ବିବାହ କରିବାକୁ ପଡି଼ଲା,’’ କହିଥିଲେ ରାଖୀ । (ଫଟୋ କ୍ରେଡିଟ୍- @ rakhisawant2511 / ଇନଷ୍ଟାଗ୍ରାମ)

ସେ ଆହୁରି କହିଥିଲେ, ‘‘ଯେମିତି ଲୋକେ ଅର୍ଜେଣ୍ଚରେ ସପିଙ୍ଗ୍ ପାଇଁ ଯାଆନ୍ତି ଓ ଅର୍ଜେଣ୍ଟରେ ବ୍ରେକ୍-ଅପ୍ କରନ୍ତି, ସେହି ଭଳି ମୁଁ ଅର୍ଜେଣ୍ଟରେ ବିବାହ କରିଥିଲି ।’’ (ଫଟୋ କ୍ରେଡିଟ୍: ଇନଷ୍ଟାଗ୍ରାମ / @ rakhisawant2511)

‘‘ମୋ’ ବିବାହ ପୂର୍ବରୁ ଭାରତର ଜଣେ ପ୍ରସିଦ୍ଧ ବ୍ୟକ୍ତି ଅଛନ୍ତି ଯିଏ ମୋତେ ଧମକ ଦେଇଥିଲେ ଓ କହିଥିଲେ ଯଦି ମୁଁ ବିବାହ ନ କରନ୍ତି ତେବେ ସେ ମୋତେ ଉଠାଇନେବେ । କିନ୍ତୁ ମୁଁ ଏହା ବିଷୟରେ ପୋଲିସର କୌଣସି ଅଭିଯୋଗ କଲି ନାହିଁ । ମୁଁ ଯଦି ସେହି ବ୍ୟକ୍ତିଙ୍କ ନାମ ଏହି ଶୋ’ରେ ନେବି, ତେବେ ସେ ମୋତେ ଏହି ଶୋ’ରୁ ବାହାର କରିଦେବେ,’’ କହିଥିଲେ ରାଖୀ । (ଫଟୋ କ୍ରେଡିଟ୍: ଇନଷ୍ଟାଗ୍ରାମ / @ rakhisawant2511)

ରାଖୀ ଆହୁରି କହିଥିଲେ ଯେ ତାଙ୍କ ସ୍ୱାମୀ ରିତେଶଙ୍କର ଏଥିରେ କୌଣସି ଦୋଷ ନାହିଁ । ‘‘ମୁଁ ରିତେଶଙ୍କୁ ମୋତେ ବିବାହ କରିବାକୁ କହିଲି । ମୁଁ ନା ତାଙ୍କୁ ଦେଖିଲି ନା ତାଙ୍କ ସହ କଥାବାର୍ତ୍ତା କଲି । ମୁଁ କେବଳ ତାଙ୍କ ବ୍ୟାଙ୍କ ବାଲାନ୍ସ ଦେଖିଲି,’’ କହିଛନ୍ତି ରାଖୀ । (ଫଟୋ କ୍ରେଡିଟ୍: ଇନଷ୍ଟାଗ୍ରାମ / @ rakhisawant2511)

ଅଭିନବଙ୍କ ସହ ନେକ୍ ମଟକା ବିଷୟରେ ଏକ ପ୍ରଶ୍ନର ଉତ୍ତରରେ ରାଖୀ କହିଥିଲେ, ‘‘ମୁଁ ମୋ’ ସ୍ୱାମୀଙ୍କୁ ପ୍ରତାରଣା କରୁନାହିଁ । ଯଦି ମୋ’ ହୃଦୟ ଅଭିନବ ଶୁକ୍ଳାଙ୍କ ପାଇଁ ଧକ୍ ଧକ୍ ହେଉଛି ତ ମୁଁ କ’ଣ କରିବି?!’’ ସେ କହିଥିଲେ ।

ରାଖୀ କହିଥିଲେ ଯେ ଯେତେବେଳେ ସେ ରିତେଶଙ୍କୁ ସେ ଦୁହିଙ୍କର ଏକ ଫଟୋ ସୋସିଆଲ ମିଡି଼ଆରେ ଶେୟାର କରିବାକୁ ଚାହୁଁଛନ୍ତି କାରଣ ସେ ବଲିଉଡ ସହ ଜଡି଼ତ ଅଛନ୍ତି, ତ ସେ ମନା କରିଦେଇଥିଲେ ।