ରାଖୀ ସାୱନ୍ତ ଜାଲିଆତିର ଶିକାର ହେଲେ; ପାଖରେ ଟଙ୍କାଟିଏ ନାହିଁ… ନିଜ ଦୁଃଖ କହିଲେ
ବିବାଦର ରାଣୀ ରାଖୀ ସାୱନ୍ତ କହିଛନ୍ତି ଯେ ତାଙ୍କ CA (ଚାଟାର୍ଡ଼ ଆକାଉଣ୍ଟାଣ୍ଟ୍) ତାଙ୍କୁ ଠକି ତାଙ୍କ ଟଙ୍କା ହଡ଼ପ କରି ନେବା ପରେ ସେ ସଲମାନ ଖାନଙ୍କ ଭାଇ ସୋହେଲ ଖାନଙ୍କୁ ଫୋନ୍ କରି ସେ ତାଙ୍କୁ ‘ବିଗ୍ ବସ୍’ରେ ନେବାକୁ ଅନୁରୋଧ କରିଥିଲେ ।

ବିଗ୍ ବସ୍ ୧୪ ଘରେ ରାଖୀ ସାୱନ୍ତ (Rakhi Sawant) ଅନ୍ୟତମ ଚ୍ୟାଲେଞ୍ଜର୍ । ରାଖୀ ସାୱନ୍ତ କାହିଁକି ଏହି ଶୋ’ କରିବାକୁ ରାଜି ହୋଇଥିଲେ ତାହା ସେ ପ୍ରକାଶ କରିଛନ୍ତି ।

ବିବାଦର ରାଣୀ ରାଖୀ କହିଛନ୍ତି ଯେ ସେ ସଲମାନ ଖାନଙ୍କ ଭାଇ ସୋହେଲ ଖାନଙ୍କୁ ଫୋନ୍ କରି ସେ ତାଙ୍କୁ ‘ବିଗ୍ ବସ୍’ରେ ନେବାକୁ ଅନୁରୋଧ କରିଥିଲେ । ରାଖୀ କହିଛନ୍ତି ଯେ ତାଙ୍କ CA (ଚାଟାର୍ଡ଼ ଆକାଉଣ୍ଟାଣ୍ଟ୍) ତାଙ୍କୁ ଠକି ତାଙ୍କ ଟଙ୍କା ହଡ଼ପ କରି ନେଇଛି ।

ରାଖୀ କହିଛନ୍ତି, “ମୁଁ ଏଥର ‘ବିଗ୍ ବସ୍’ର ଏକ ଅଂଶ ହେବାକୁ ରାଜି ହୋଇଛି କାରଣ ମୋ’ କରିଅର୍ ପୂରା ତଳକୁ ଖସି ଯାଇଛି ଏବଂ ମୋତେ ଆଗକୁ ବଢ଼ିବାକୁ ଏବେ ଏକ ଧକ୍କା ଦରକାର । ସେଥି ପାଇଁ ମୁଁ ଏହି ଶୋ’ର ଏକ ଅଂଶ ହେବାକୁ ଚାହୁଁଛି ।’’

‘‘ମୁଁ ଆଶା କରୁଛି ବଲିଉଡ ମୋତେ ପୁଣି ଭଲପାଇବ । ମୁଁ ଏହା ବି ଆଶା କରେ ମୁଁ ବାଉନ୍ସ କରି ପୁଣି ନିଜ ପାଦରେ ଠିଆ ହେବି । ବିଗ୍ ବସ୍ ମୋତେ ଷ୍ଟାର କରିଥିଲା, ଆଉ ମୁଁ ଆଶା କରୁଛି ଯେ ସେମିତି ଆଉ ଥରେ ଘଟିବ,” କହିଛନ୍ତି ରାଖୀ ।

<br />ରାଖୀ ଏହା ବି ପ୍ରକାଶ କରିଛନ୍ତି ଯେ ତାଙ୍କ CA ତାଙ୍କୁ ପ୍ରତାରଣା କରିଛି ଓ ତାଙ୍କର ସବୁ ଟଙ୍କା ନେଇଯାଇଛି । ଏହା ରାଖୀଙ୍କୁ ପ୍ରାୟ ଦେବାଳିଆ କରିଦେଇଛି । ରାଖୀ କହିଛନ୍ତି ଯେ କାହାକୁ କାମ ମାଗିବାରେ ତାଙ୍କୁ ଲଜ୍ଜା ଲାଗେ ନାହିଁ ।

ରାଖୀ କହିଛନ୍ତି, “ମୁଁ ସଲମାନ ଖାନଙ୍କ ଭାଇ ସୋହେଲ ଖାନଙ୍କୁ ଫୋନ୍ କଲି ଓ ମୋତେ ‘ବିଗ ବସ୍’ରେ ରଖିବାକୁ ଅନୁରୋଧ କଲି । ଏହା ଦ୍ୱାରା ମୁଁ ପୁଣି ଥରେ ମୋ’ କରିୟର ଆରମ୍ଭ କରିପାରିବି ।’’

ରାଖୀ ସୋହେଲ୍ ଖାନଙ୍କୁ କହିଥିଲେ, ‘ମୁଁ ଉଦାସୀନତା ଭିତରକୁ ଯିବାକୁ ଚାହେଁ ନାହିଁ। ମୁଁ ଟେଲିଭିଜନ ଓ ସବୁ ଜାଗାରେ ଚଳଚ୍ଚିତ୍ରରେ କାମ କରିବାକୁ ଚାହୁଁଛି । ଯଦି ତୁମେ ମୋତେ ‘ବିଗ୍ ବସ୍’ର ଅଂଶ ହେବାକୁ ଗୋଟିଏ ସୁଯୋଗ ଦିଅ, ମୁଁ ପ୍ରମାଣ କରିବାକୁ ପ୍ରତିଜ୍ଞା କରୁଛି ଯେ ମୁଁ ଜଣେ ଭଲ ମନୋରଞ୍ଜନକାରୀ ବୋଲି ସମସ୍ତେ କହିବେ ।’