
ଆସନ୍ତା ମାସରେ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ପାଇଁ ହରିୟାଣା ଅଲରାଉଣ୍ଡର ରାହୁଲ ତେୱଟିଆଙ୍କୁ ଭାରତୀୟ ଦଳରେ ପ୍ରଥମ ଥର ପାଇଁ ଚୟନ କରାଯାଇଛି । ଭାରତୀୟ ଦଳରେ ଚୟନ ହେବା ପରେ ରାହୁଲ ତେୱଟିଆଙ୍କ ଘରେ ଖୁସିର ବାତାବରଣ ରହିଛି ଓ ସେଠାରେ ଅଭିନନ୍ଦନଙ୍କ ଲହରୀ ଖେଳିଯାଇଛି । ତେୱଟିଆ ପରିବାରର ସଦସ୍ୟମାନେ ରାହୁଲଙ୍କ କଠିନ ପରିଶ୍ରମକୁ ତାଙ୍କର ସଫଳତାର ରହସ୍ୟ ବୋଲି ବର୍ଣ୍ଣନା କରିଛନ୍ତି ।<br />

ଫରିଦାବାଦର ସିହି ଗାଁରେ ରହୁଥିବା ଓ ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିବା ତେୱଟିଆ ଆଇପିଏଲ ୨୦୧୪ ରେ ଏକ ଚମତ୍କାର ପ୍ରଦର୍ଶନ ପରେ ଜାତୀୟ ଦଳରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି । ଆଇପିଏଲ୍ ୨୦୨୦ ରେ ସେ ୱେଷ୍ଟଇଣ୍ଡିଜର ଶେଲଡନ୍ କୋଟ୍ରେଲଙ୍କ ଗୋଟିଏ ଓଭରରେ ପାଞ୍ଚଟି ଛକା ମାରି ନିଜ ଦଳକୁ ଚମତ୍କାର ବିଜୟ ପ୍ରଦାନ କରିଥିଲେ । ରାହୁଲ ତେୱଟିଆ ପ୍ରଥମେ ଜଣେ ଲେଗ୍ ସ୍ପିନର ଭାବରେ ନିଜର କରିୟର ଆରମ୍ଭ କରିଥିଲେ ।<br />

ଭାରତ ଦଳରେ ମନୋନୀତ ହେବା ପରେ ରାହୁଲ ତେୱଟିଆଙ୍କ ପରିବାରରେ ଉତ୍ସବର ଲହରୀ ରହିଛି । ଘରେ ମିଠା ବଣ୍ଟନ କରାଯାଉଛି ଓ ଗୀତ ଏବଂ ନୃତ୍ୟ ଦ୍ୱାରା ଖୁସିର ଉତ୍ସବ ପାଳନ କରାଯାଉଛି । ରାହୁଲଙ୍କ ପରିବାର ସଦସ୍ୟଙ୍କୁ ତାଙ୍କ ପଡ଼ୋଶୀ ମିଠା ଖୁଆଇ ଅଭିନନ୍ଦନ ଜଣାଉଛନ୍ତି ।<br />

ନ୍ୟୁଜ୍ ୧୮ ସହ କଥାବାର୍ତ୍ତା କରି ରାହୁଲଙ୍କ ପିତା ଜି.କେ ପି ସିଂ ତେୱଟିଆ କହିଛନ୍ତି ଯେ ସେ ଦୀର୍ଘ ଦିନ ଧରି ସଂଘର୍ଷ ପରେ ତାଙ୍କର ସ୍ୱପ୍ନ ସାକାର ହୋଇଛି । ରାହୁଲଙ୍କ କଠିନ ପରିଶ୍ରମ ଫଳ ଦେଇଛି । ସେ କହିଛନ୍ତି ଯେ ତାଙ୍କ ପୁଅ ଭାରତୀୟ ଦଳରେ ଏକ ସୁଯୋଗ ପାଇଛନ୍ତି ଓ ରାହୁଲ ତେୱଟିଆ ପଡ଼ିଆକୁ ଯାଇ ନିଶ୍ଚିତ ଭାବରେ ନିଜର ଜଲୱା ଦେଖାଇବ ।<br />