ଗର୍ଭବତୀ କରୀନା କପୁର ନିଜ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେବାକୁ ବଡ଼ ଉତ୍ସାହରେ ଅପେକ୍ଷା କରିଛନ୍ତି
ଖୁବ୍ ଶୀଘ୍ର ନିଜ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେବାକୁ ଯାଉଥିବା ବଲିଉଡ ଅଭିନେତ୍ରୀ କରୀନା କପୁର ନିଜ ଗର୍ଭାବସ୍ଥାର ମୁହୂର୍ତ୍ତଗୁଡ଼ିକୁ ଉପଭୋଗ କରୁଛନ୍ତି । ସେ ବିକିନି ଓ ସ୍ୱିମ୍ ସୁଟ୍ ପିନ୍ଧି ଉଠାଇଥିବା ଫଟୋରେ ଚମତ୍କାର ଦିଶୁଛନ୍ତି ।

ନିଜ ଗର୍ଭାବସ୍ଥାରେ ବିଭିନ୍ନ ପୋଷାକରେ ଫଟୋ ଶେୟାର୍ କରି କରୀନା କପୁର ଏକ ଫ୍ୟାଶନ ଟ୍ରେଣ୍ଡ ସୃଷ୍ଟି କରିଛନ୍ତି ।

ନିକଟରେ କରୀନା କପୁର ଖାନ କହିଥିଲେ ଯେ ସେ ତାଙ୍କ ଆଗାମୀ ଶିଶୁ ପାଇଁ ନିଜ ଘର ସଜାଉଛନ୍ତି । କରୀନା ସୋସିଆଲ ମିଡ଼ିଆ ଜରିଆରେ ତାଙ୍କ ଗର୍ଭଧାରଣର ପ୍ରତ୍ୟେକ ଅପଡେଟ୍ ଦେଉଛନ୍ତି ।

କରୀନା କପୁର ଖାନ ତାଙ୍କ ଆଗାମୀ ଶିଶୁ ପାଇଁ କିଛି ବିଶେଷ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ସେ ନିକଟରେ ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ସେ ଜଣେ ଡିଜାଇନରଙ୍କ ସହିତ ନଜର ଆସିଥିଲେ । ଦୁହେଁ ପରସ୍ପର ସହ କଥାବାର୍ତ୍ତା ହେଉଥିବା ଜଣାପଡ଼ୁଥିଲା ।

ସେହି ଫଟୋ ସେୟାର କରି କରୀନା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଲେଖିଥିଲେ, ‘‘ଆମର ପ୍ରିୟ ଡିଜାଇନର୍ ଓ ସ୍ୱପ୍ନର ଘର ସହିତ ।’’ କରୀନା ନିଜ ପୁଅ ତୈମୁର ଓ ତା’ର ଜଲଦି ଆସୁଥିବା ଭାଇ ବା ଭଉଣୀ ପାଇଁ ଜଣେ ଡିଜାଇନରଙ୍କ ସହିତ ମିଶି ନିଜ ଘରକୁ ନୂଆ ରୂପ ଦେବାରେ ଲାଗିଛନ୍ତି ।

କରୀନା କପୁର ଖାନ, ତାଙ୍କ ସ୍ୱାମୀ ସୈଫ ଅଲୀ ଖାନ୍ (Saif Ali Khan) ଓ ସେମାନଙ୍କ ପୁଅ ତୈମୁର ଅଲି ଖାନ ବଲିଉଡର ଅନ୍ୟତମ ପ୍ରିୟ ପରିବାର ।

ଏହି ତିନି ଜଣଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କ ଅଛି । କରୀନା ଓ ସୈଫ ଅନ୍ୟ ଛୋଟ ପିଲାଙ୍କ ପିତାମାତାଙ୍କ ପାଇଁ ଏକ ଉଦାହରଣ ସାଜିଛନ୍ତି ।

ଏହି ତିନି ଜଣଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କ ଅଛି । କରୀନା ଓ ସୈଫ ଅନ୍ୟ ଛୋଟ ପିଲାଙ୍କ ପିତାମାତାଙ୍କ ପାଇଁ ଏକ ଉଦାହରଣ ସାଜିଛନ୍ତି ।

୨୦୨୦ର ଶେଷ ଦିନରେ କରୀନା କପୁର ଖାନ କିଛି ଫଟୋ ଶେୟାର କରିଥିଲେ, ଯେଉଁଥିରେ ସେ ତାଙ୍କ ସ୍ୱାମୀ ସୈଫ ଅଲି ଖାନ ଓ ପୁଅ ତୈମୁରଙ୍କ ସହ ଦେଖାଯାଇଥିଲେ ।

ଅମିତାଭ ବଚ୍ଚନଙ୍କ ଠାରୁ କରୀନା କପୁର ଓ ମଲାଇକା ଅରୋଡ଼ାଙ୍କ ପର୍ଯ୍ୟନ୍ତ ଅନେକ ବଲିଉଡ୍ ତାରକା ଖ୍ରୀଷ୍ଟମାସ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଥିଲା ।

କରୀନା କପୁର ଖାନ ବି ନିଜ ପରିବାର ସହିତ ଖ୍ରୀଷ୍ଟମାସ ପାଳନ କରିଥିଲେ । କରୀନା କପୁର ଖାନ ନିଜ ପୂରା ପରିବାର ସହ ରାତ୍ରୀ ଭୋଜନ କରୁଥିବା ଦେଖିବାକୁ ମିଳିଥିଲା ।

ପାର୍ଟିରେ କରୀନାଙ୍କ ନଣନ୍ଦ ସୋହା ଅଲି ଖାନ ବି ନଜର ଆସିଥିଲେ। ସୋହା ନିଜ ସ୍ୱାମୀ କୁନାଲ ଖୋମୁ ଓ ସୈଫଙ୍କ ପୁଅ ଇବ୍ରାହିମଙ୍କ ସହ ଏହି ଫଟୋରେ ଅଛନ୍ତି ।

ସୈଫଙ୍କ ପୂର୍ବ ପତ୍ନୀ ଅମ୍ରିତା ସିଂ ଓ ସେ ଦୁହିଁଙ୍କ ଝିଅ ସାରା ଅଲି ଖାନ୍ (Sara Ali Khan). (ଡାହାଣ) ଦ୍ୱିତୀୟ ପତ୍ନୀ କରୀନାଙ୍କ ସହ ସୈଫ