ଗର୍ଭବତୀ ଅନୁଷ୍କା ଶର୍ମା ବୋଲ୍ଡ ଫଟୋଶୁଟ୍ କଲେ; ତାଙ୍କ ଫିଜିକାଲ୍ ଫିଟ୍ନେସ୍ ସମସ୍ତଙ୍କୁ ଚମକାଇଲା
Pregnant Anushka Sharma Bold Photoshoot | ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା (Anushka Sharma) ଅଳ୍ପ କିଛି ଦିନ ମଧ୍ୟରେ ନିଜ ପ୍ରଥମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି । ସେ ଗର୍ଭବତୀ ଥାଇ ବି ନିଜକୁ ଫିଟ୍ ରଖିଛନ୍ତି ଓ ଏକ ବୋଲ୍ଡ ଫଟୋଶୁଟ୍ କରାଇଛନ୍ତି ।

ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ଗର୍ଭବତୀ ଥିବା ସମୟକୁ ଉପଭୋଗ କରୁଛନ୍ତି । ସେ ସୋସିଆଲ ମିଡ଼ିଆରେ ନିଜର କିଛି ଫଟୋ ଶେୟାର କରିଛନ୍ତି ଯାହା ଆଲୋଡ଼ନ ସୃଷ୍ଟି କରିଛି । ଅନୁଷ୍କା ନିଜ ବେବି ବମ୍ପ୍ ଦେଖାଇ ଏକ ଅତି ବୋଲ୍ଡ ଫଟୋ ସୁଟ୍ କରିଛନ୍ତି । ସେଇଥି ପାଇଁ ସେ ହେଡଲାଇନରେ ଅଛନ୍ତି । (ଫଟୋ:ବିରାଟ କୋହଲି / ଇନଷ୍ଟାଗ୍ରାମ)

ଏହି ଫଟୋଗୁଡ଼ିକ ତାଙ୍କର ସଦ୍ୟ ଫଟୋଶୁଟରୁ ଆସିଛି । ଏହି ଫଟୋଶୁଟ୍ ପ୍ରସିଦ୍ଧ ପତ୍ରିକା ‘ଭୋଗ୍’ ପାଇଁ ସେ କରାଇଛନ୍ତି ।

ଏହି ଫଟୋଗୁଡ଼ିକରେ ଅନୁଷ୍କା ନିଜ ବେବି ବମ୍ପକୁ ଖୁବ୍ ସେକ୍ସି ଢଙ୍ଗରେ ଚିତ୍ରଣ କରିଛନ୍ତି | (ଫଟୋ:ବିରାଟ କୋହଲି / ଇନଷ୍ଟାଗ୍ରାମ)

ଫଟୋଶୁଟରେ ଅନୁଷ୍କା ବହୁତ ସୁନ୍ଦର ଦେଖାଯାଉଛନ୍ତି । ଲୋକେ ତାଙ୍କ ଭାଇରାଲ ଫଟୋଗୁଡ଼ିକୁ ଦେଖି ଚାଲିଛନ୍ତି । (ଫଟୋ: ବିରାଟ କୋହଲି / ଇନଷ୍ଟାଗ୍ରାମ)

ଫଟୋଗୁଡ଼ିକୁ ଶେୟାର କରି ଅନୁଷ୍କା ଶର୍ମା ଲେଖିଛନ୍ତି, ‘‘ମୁଁ ଏହାକୁ ନିଜ ପାଇଁ କୈଦ କରିଛି । ଜୀବନ ପାଇଁ, ଏହା ଖୁବ୍ ସ୍ୱାଦିଷ୍ଟ ।’’

ଅନୁଷ୍କା ଶର୍ମାଙ୍କ ଏହି ଫଟୋଗୁଡ଼ିକ ଉପରେ ପ୍ରଶଂସକମାନଙ୍କ ପ୍ରତିକ୍ରିୟା ବି ଆସୁଛି । (ଫଟୋ: ବିରାଟ କୋହଲି / ଇନଷ୍ଟାଗ୍ରାମ)

ଏହି ଫଟୋଶୁଟରେ ଥିବା ଫଟୋଗୁଡ଼ିକରେ ଗର୍ଭବତୀ ଅନୁଷ୍କା ବହୁତ ସୁନ୍ଦର ଦିଶୁଛନ୍ତି ବୋଲି ଲୋକେ କହୁଛନ୍ତି । (ଫଟୋ: ବିରାଟ କୋହଲି / ଇନଷ୍ଟାଗ୍ରାମ)

ଅନୁଷ୍କା ଶର୍ମାଙ୍କ ଏହି ଗ୍ଲାମରସ୍ ଫଟୋଗୁଡ଼ିକ ଇଣ୍ଟରନେଟରେ ଶେୟାର୍ ହେବାରେ ଲାଗିଛି । (ବିରାଟ କୋହଲି / ଇନଷ୍ଟାଗ୍ରାମ) |

ଏହି ଫଟୋରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ପତ୍ନୀ ଅଭିନେତ୍ରୀ ନତାସା ଷ୍ଟାନକୋଭିଚ୍ ବି ଅଛନ୍ତି ।

ନିଜ ପ୍ରଶଂସକଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇବା ପାଇଁ ବିରାଟ କୋହଲି ସୋସିଆଲ ମିଡିଆରେ ଦୁଇଟି ଫଟୋ ପୋଷ୍ଟ କରିଛନ୍ତି । ଏହି ଫଟୋଗୁଡ଼ିକରେ ସେ ଓ ଅନୁଷ୍କା ଶର୍ମା ନଜର ଆସିଛନ୍ତି ।

ଲକଡାଉନ୍ ସମୟରେ ଟିମ୍ ଇଣ୍ଡିଆର କ୍ୟାପଟେନ୍ ବିରାଟ କୋହଲି ନିଜ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଗର୍ଭଧାରଣର ଘୋଷଣା କରିଥିଲେ ।

ମାର୍ଚ୍ଚ ୨୭, ୨୦୨୦ରେ ଏହି ଷ୍ଟାର ଦମ୍ପତି ସୋସିଆଲ ମିଡ଼ିଆରେ ଏହି ଖବର ସେୟାର କରିଥିଲେ । ବର୍ତ୍ତମାନ ବିରାଟଙ୍କ ଏହି ଟ୍ୱିଟ୍ ୨୦୨୦ରେ ସର୍ବାଧିକ ପସନ୍ଦ ହୋଇଥିବା ଟ୍ୱିଟଗୁଡ଼ିକ ମଧ୍ୟରୁ ଗୋଟିଏ ।

ଅନୁଷ୍କା ଶର୍ମା ଓ ବିରାଟ କୋହଲିଙ୍କ ଏହି ଫଟୋ ସହିତ ଟ୍ୱିଟର ଇଣ୍ଡିଆ କହିଛି ଯେ ବିରାଟ କୋହଲିଙ୍କ ପୋଷ୍ଟକୁ ୬,୪୫,୦୦୦ରୁ ଅଧିକ ଲାଇକ୍ ମିଳିଛି। (ଟ୍ୱିଟର ଇଣ୍ଡିଆ)

ଏହି ପୋଷ୍ଟକୁ ୧୨,୨୦୦ ଥର ରିଟ୍ୱିଟ କରାଯାଇଛି । ଏହା ହେଉଛି ୨୦୨୦ର ସବୁ ଠାରୁ ଅଧିକ ଲାଇକ୍ ହୋଇଥିବା ପୋଷ୍ଟ । (ଫଟୋ: ଅନୁଷ୍କା ଶର୍ମା / ଇନଷ୍ଟାଗ୍ରାମ)

ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ ଅନୁଷ୍କା ଶର୍ମା ଜାନୁଆରୀ ୨୦୨୧ରେ ପିତାମାତା ହେବାକୁ ଯାଉଛନ୍ତି । (ଫଟୋ: ଅନୁଷ୍କା ଶର୍ମା / ଇନଷ୍ଟାଗ୍ରାମ)

ଗର୍ଭାବସ୍ଥାରେ ମଧ୍ୟ ଅନୁଷ୍କା ଶର୍ମା ନିଜକୁ ଫିଟ୍ ରଖିଛନ୍ତି । ଫଳ ସ୍ୱରୂପ ସେ ଗର୍ଭାବସ୍ଥାର ଶେଷ ଭାଗରେ ମଧ୍ୟ ଆରାମରେ ଫଟୋ ଶୁଟ୍ କରିପାରିଛନ୍ତି । (ଫଟୋ: ଅନୁଷ୍କା ଶର୍ମା / ଇନଷ୍ଟାଗ୍ରାମ)

ନିଜର ପ୍ରତିବଦ୍ଧତା ପୂରଣ କରିବା ପାଇଁ ଅନୁଷ୍କା କେତେକ ଫିଲ୍ମ ଓ ବିଜ୍ଞାପନର ଶୁଟିଂ ବି ଏହା ଭିତରେ କରିଛନ୍ତି ।

ବିଜ୍ଞାପନ ଶୁଟ ବେଳର ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଅନୁଷ୍କା ଶର୍ମା ସେଟରେ ହସୁଥିଲେ ଓ ସେଟକୁ ଫେରି ସେ ବହୁତ ଉତ୍ସାହିତ ଥିଲେ । ସେ କିପରି ଶୁଟିଂ ସେଟକୁ ମିସ୍ କରୁଛନ୍ତି ତାହା ସେ ଲୋକଙ୍କୁ କହୁଥିଲେ ।