୩୦ ବର୍ଷର ହେଲେ ପୁନମ୍ ପାଣ୍ଡେ, ସେହି ଅଭିନେତ୍ରୀ ଯିଏ ଟିମ୍ ଇଣ୍ଡିଆର ବିଜୟ ବିଷୟରେ କହିଥିଲେ…
୨୦୧୧ ବିଶ୍ୱ କପରେ ଭାରତୀୟ କ୍ରିକେଟ୍ ଟିମ୍ ବିଜୟ ଲାଭ କଲେ ଷ୍ଟାଡିୟମରେ ଉଲଗ୍ନ ହେବାର ପ୍ରତିଶୃତି ଦେଇ ଚର୍ଚ୍ଚାକୁ ଆସିଥିଲେ ପୁନମ୍ ପାଣ୍ଡେ । ସେବେ ଠାରୁ ନେ ନିଜ ଉତ୍ତେଜକ ଫଟୋ, ଭିଡିଓ ଓ ବିବୃତ୍ତି ପାଇଁ ଚର୍ଚ୍ଚାରେ ରହିଆସୁଛନ୍ତି ।

ପୁନମ୍ ପାଣ୍ଡେ ନାଁଟି ଶୁଣିଲେ ଅନେକ ଲୋକ ସେହି ସମୟକୁ ମନେପକାନ୍ତି ଯେତେବେଳେ ପୁନମ୍ ପ୍ରତିଶୃତି ଦେଇଥିଲେ ଯେ ଭାରତୀୟ କ୍ରିକେଟ୍ ଟିମ୍ ଯଦି ୨୦୧୧ ବିଶ୍ୱ କପ୍ ଜିତିବ ତାହେଲେ ସେ ସର୍ବ ସମ୍ମୁଖରେ ଉଲଗ୍ନ ହେବେ । ସେ ଏବେ ୩୦ ବର୍ଷର ହୋଇଛନ୍ତି ।

ପୁନମ୍ ପାଣ୍ଡେ ଜଣେ ଇରୋଟିକ୍ ଷ୍ଟାର୍, ମଡେଲ୍ ଓ ଅଭିନେତ୍ରୀ । ତାଙ୍କ ପ୍ରଶଂସକମାନେ ତାଙ୍କର ବୋଲ୍ଡ ଫଟୋ ଦେଖିବା ପାଇଁ ସର୍ବଦା ଉତ୍ସୁକ ।

ପୁନମ୍ ଗ୍ଲାଡରାଗ୍ ମ୍ୟାନହଣ୍ଟ୍ ଓ ମେଗାମଡେଲ୍ ପ୍ରତିଯୋଗିତାରେ ଶ୍ରେଷ୍ଠ ନଅ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ଅନ୍ୟତମ ।

ଭାରତୀୟ କ୍ରିକେଟ୍ ଦଳ ବିଶ୍ୱ କପ୍ ଜିତିବା ପରେ ସେ ନଗ୍ନ ପୋଜ୍ ଦେଇପାରି ନ ଥିଲେ ମଧ୍ୟ ୨୦୧୨ରେ କୋଲକାତା ନାଇଟ୍ ରାଇଡର୍ସ ଆଇପିଏଲ୍ ୫ ଜିତିବା ପରେ ସେ ଉଲଗ୍ନ ହୋଇଥିଲେ ।

ସେବେ ଠାରୁ ସେ ‘ଲଭ୍ ଇଜ୍ ପଏଜନ୍’, ‘ଆ ଗୟା ହିରୋ’ ଓ ‘ଦି ଜର୍ଣ୍ଣି ଅଫ୍ କର୍ମ’ ଭଳି କେତେକ ଫିଲ୍ମରେ ଅଭିନୟ କରିଛନ୍ତି

ପୁନମ୍ ନିଜ ବୟଫ୍ରେଣ୍ଡ୍ ସାମ୍ ବମ୍ବେଙ୍କୁ ସେପ୍ଟେମ୍ବର ୨୦୨୦ରେ ବିବାହ କରିଥିଲେ । (ସବୁ ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ୍)