ପ୍ରଧାନ ମନ୍ତ୍ରୀ ମୋଦୀ ନୂତନ ସଂସଦ ଗୃହର ଭୂମି ପୂଜନ କଲେ; PICS ରେ ଦେଖନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ନୂତନ ସଂସଦ ଭବନର ମୂଳଦୁଆ ପକାଇବା ସହିତ ଭୂମି ପୂଜନ କରିଛନ୍ତି। ଭାରତର ସ୍ୱାଧୀନତାର ୭୫ ତମ ବାର୍ଷିକୀ ଅବସରରେ ଚାରି ମହଲା ବିଶିଷ୍ଟ ସଂସଦ ଭବନର ନିର୍ମାଣ କାର୍ଯ୍ୟ ଶେଷ ହେବାର ସମ୍ଭାବନା ରହିଛି ।

ବୈଦିକ ମନ୍ତ୍ର ଉଚ୍ଚାରଣ ମଧ୍ୟରେ ଭୂମି ପୂଜନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଓ ଏହା ସମାପ୍ତ ହେବା ପରେ ଶୁଭ ସମୟରେ ପ୍ରଧାନ ମନ୍ତ୍ରୀ ପାରମ୍ପାରିକ ବିଧି ଓ ବିଧାନ ସହିତ ମୂଳଦୁଆ ପକାଇଛନ୍ତି । (Pic- ANI)

ଏହି କାର୍ଯ୍ୟକ୍ରମରେ ଲୋକସଭା ବାଚସ୍ପତି ଓମ ବିର୍ଲା, ବିଭିନ୍ନ ରାଜନୈତିକ ଦଳର ନେତା, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବହୁ କେନ୍ଦ୍ର ମନ୍ତ୍ରୀ, ବହୁ ସଂଖ୍ୟକ ସାଂସଦ ତଥା ବହୁ ଦେଶର ରାଷ୍ଟ୍ରଦୂତ ଐତିହାସିକ ଉତ୍ସବରେ ସାକ୍ଷୀ ଥିଲେ । ଏଥିରେ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ ଟାଟା ମଧ୍ୟ ଅଂଶଗ୍ରହଣ କରିଥିଲେ । (Pic- ANI)

ନୂତନ ସଂସଦ ଭବନକୁ ଆନୁମାନିକ ୯୭୧ କୋଟି ଟଙ୍କା ବ୍ୟୟରେ ୬୪,୫୦୦ ବର୍ଗ ମିଟର ଅଞ୍ଚଳରେ ନିର୍ମାଣ କରିବାକୁ ପ୍ରସ୍ତାବ ଦିଆଯାଇଛି । (Pic- twitter)

ନୂତନ ସଂସଦ ଗୃହ ନିର୍ମାଣ ପାଇଁ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ ଓ ଲୋକସଭା ବାଚସ୍ପତି ଓମ ବିର୍ଲା ଯଥାକ୍ରମେ ୫ ଅଗଷ୍ଟ ୨୦୧୯ ରେ ରାଜ୍ୟସଭା ଓ ଲୋକସଭାରେ ପ୍ରସ୍ତାବ ଦେଇଥିଲେ । (Pic- ANI)

ନୂତନ ସଂସଦ ଗୃହର ଡିଜାଇନ୍ ଅହମ୍ମଦାବାଦ ଏମ୍ / ଏଚସିପି ଡିଜାଇନ୍ ଆଣ୍ଡ ମ୍ୟାନେଜମେଣ୍ଟ ପ୍ରାଇଭେଟ ଲିମିଟେଡ୍ ଦ୍ୱାରା ଡିଜାଇନ୍ କରାଯାଇଛି ଓ ଟାଟା ପ୍ରୋଜେକ୍ଟ ଲିମିଟେଡ୍ ଦ୍ୱାରା ନିର୍ମାଣ ହେବ । ଏହି ବିଲଡିଂରେ ସମସ୍ତ ଆଧୁନିକ ଅଡିଓ-ଭିଜୁଆଲ୍ ଯୋଗାଯୋଗ ସୁବିଧା ଓ ଡାଟା ନେଟୱାର୍କ ସିଷ୍ଟମ୍ ସହିତ ସୁସଜ୍ଜିତ କରାଯିବ । (Pic- ANI)