
ନୂଆ ଦିଲ୍ଲୀ: ଲୋକମାନେ ସାଧାରଣତଃ ଶୀତଦିନେ କମ୍ ଗାଧୋଇବାକୁ ପସନ୍ଦ କରନ୍ତି । ଥଣ୍ଡା ସମୟରେ ଶରୀରକୁ ପାଣିଠାରୁ ଦୂରରେ ରଖିବା ଲୋକଙ୍କୁ ଭଲ ଲାଗେ । କିନ୍ତୁ ଯଦି ଆମେ ଆପଣଙ୍କୁ କହିବୁ ଯେ ଦୁନିଆରେ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯିଏ ୬୭ ବର୍ଷ ଧରି ଗାଧୋଇ ନାହାଁନ୍ତି କି ନିଜ ମୁହଁ ମଧ୍ୟ ଧୋଇ ନାହାଁନ୍ତି । ଆଜ୍ଞା ହଁ, ସେ ବ୍ୟକ୍ତି ଜଣକ ହେଉଛନ୍ତି ୮୭ ବର୍ଷୀୟ ଆମୋ ହାଜି । ଆସନ୍ତୁ ଜାଣିବା ତାଙ୍କ ବିଷୟରେ ...

ଆମୋ ହାଜିଙ୍କ ନ ଗାଧୋଇବାର କାରଣ ହେଉଛି ସେ ପାଣିକୁ ଭୟ କରନ୍ତି । ସେ ଆହୁରି ମଧ୍ୟ ଏହା ଭୟ କରନ୍ତି ଯେ ଯଦି ସେ ଗାଧୋଇବେ ସେ ଅସୁସ୍ଥ ହୋଇଯିବେ । ସେ ବିଶ୍ୱାସ କରନ୍ତି ଯେ ପରିଷ୍କାର ପରିଚ୍ଛନ୍ନତା ତାଙ୍କୁ ଅସୁସ୍ଥ କରିଦେବ । (Pic- zmescience.com)

ହାଜିଙ୍କ ଖାଉଥିବା ଖାଦ୍ୟ ଜାଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବ । ସେ ପଶୁମାନଙ୍କର ପତଳା ମାଂସ ଖାଇବାକୁ ପସନ୍ଦ କରନ୍ତି । ସେ ବିଶେଷ କରି ବାର୍କୁପିନର ମାଂସ ପସନ୍ଦ କରନ୍ତି । ସେ ବେଳେବେଳେ ଏକାଥରେ ପାଞ୍ଚଟି ସିଗାରେଟ୍ ଟାଣିଥାନ୍ତି । (Pic- zmescience.com)<br />

ସେ ଧୂମପାନ କରିବାକୁ ପସନ୍ଦ କରନ୍ତି । କିନ୍ତୁ ସେ ସାଧାରଣତଃ ଏକ ପୁରୁଣା ପାଇପରେ ପଶୁମାନଙ୍କୁ ଶୁଖିଲା ମଳକୁ ଜାଳି ଧୂମପାନ କରିଥାନ୍ତି । (Pic- zmescience.com)<br />

ଆମୋ ହାଜି ଶୀତଦିନେ ଶୀତରୁ ରକ୍ଷା ପାଇବା ପାଇଁ ହେଲମେଲ ପିନ୍ଧନ୍ତି । ସେ ନିଜ କେଶକୁ ନିଆଁରେ ଜାଳି କାଟନ୍ତି । ସେ ନିଜକୁ କାରର ଦର୍ପଣରେ ଦେଖନ୍ତି । (Pic-zmescience.com)